ଖୁବ୍ଶୀଘ୍ର ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଖୁବ୍ଶୀଘ୍ର ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ। ସ୍ବତନ୍ତ୍ର ଆଇନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା।
ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ପ୍ରସ୍ତୁତ ସରିଛି । 'ଡ୍ରାଫ୍ଟ ହୋଇଛି, ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ ।

୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ସ ବାହାରି ପାରିନଥିଲା । ଶେଷରେ ଟ୍ରଷ୍ଟବୋର୍ଡ ବୈଠକ ପରେ ସମାଧାନର ବାଟ ବାହାରିଥିଲା । ଏହାପରଠୁ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲିଛି। ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। ସୁଚନାଅନୁଯାୟୀ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ।
ପୁଣି ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ହୋଇଥିବା ସୂଚନା ରହିଥିଲା । ପଇତା ଲାଗି ନୀତି ନେଇ ୨୦୧୯ରୁ ଲାଗି ରହିଥିଲା ବିବାଦ । ସନ୍ଧ୍ୟା ଧୂପଠାରୁ ନୀତିକାନ୍ତି ବନ୍ଦ ରହିଥିବା ବେଳେ ନୀତି ବିଭ୍ରାଟ ହୋଇଥିବାରୁ ପ୍ରଭୁଙ୍କର କୌଣସି ନିତି ହୋଇନଥିଲା । ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି । ସମାଧାନ କରିବାରେ ବିଫଳ ହୋଇଥିଲା ମନ୍ଦିର ପ୍ରଶାସନ ।
ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ଦାୟୀ କରିଥିଲେ ସେବାୟତ । ପ୍ରତି ବର୍ଷ ସନ୍ଧ୍ୟା ଧୂପ ସମୟରେ ବଡ଼ୁନିଯୋଗ ବିନ୍ଦୁସାଗରକୁ ପଇତା ଧୋଇ ଆଣିବା ପରେ ପୂଜାପଣ୍ଡା ନିଯୋଗ ଅଧୀବାସ ପୂଜା କରନ୍ତି । ଏବର୍ଷ ବଡ଼ୁନିଯୋଗ ମନ୍ଦିର ପ୍ରଶାସନକୁ ପଇତା ଧୋଇବାର କିଛି ପ୍ରମାଣ ଦେଖାଇଲେ ପଇତା ଧୋଇବୁ ବୋଲି କହିଥିଲେ । ଫଳରେ ପଇତା ବିନ୍ଦୁସାଗରରେ ଧୂଆ ହୋଇପାରିନଥିଲା ଓ ନୀତି ବଢ଼ି ନଥିଲା । ସନ୍ଧ୍ୟାଧୂପ ପରେ ଏଭଳି ବିଭ୍ରାଟ ଉପୁଜିଥିଲା । ଯାହାଫଳରେ ମହାଦେବଙ୍କ ନୀତିକାନ୍ତି ବନ୍ଦ ହୋଇଛି












Click it and Unblock the Notifications