ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳି, କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି
କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳି। ରଥଯାତ୍ରା ପାଇଁ କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକେ ରଥଯାତ୍ରାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ ।କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ଯେ, ଥଣ୍ଡା, ଜ୍ୱର ତିଲେ ରଥଯାତ୍ରାକୁ ଯାଆନ୍ତୁନି। ବୟୋବୃଦ୍ଧ ବ୍ୟକ୍ତି, ଗୁରୁତର ରୋଗୀ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଆହୁରି କୁହାଯାଇଛି ଯେ, ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ପୁରୀରେ କୋଭିଡ ବେଳର ଆଇସିୟୁକୁ କାର୍ଯ୍ୟକ୍ଷମ କରାଯାଉଛି। ଡାକ୍ତର ଖାନାରେ ଶଯ୍ୟା, ଡାକ୍ତର ସଂଖ୍ୟା ବଢାଯାଇଛି। ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି ସୂଚନା ଜାରି କରିଛନ୍ତି।












Click it and Unblock the Notifications