ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ସ୍ୱତନ୍ତ୍ର ଉପହାର: ମୋଦିଙ୍କ ଜନ୍ମ ତାରିଖ ଲେଖାଥିବା ସ୍ୱତନ୍ତ୍ର ୧୦ଟଙ୍କିଆ ନୋଟ୍‌ ଉପହାର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନରେ ସ୍ୱତନ୍ତ୍ର ଉପହାର ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଦିଙ୍କ ଜନ୍ମ ତାରିଖ ଲେଖାଥିବା ସ୍ୱତନ୍ତ୍ର ୧୦ଟଙ୍କିଆ ନୋଟ୍‌କୁ ଉପହାର ଦେଇଛନ୍ତି ମୋହନ। ନୋଟ୍‌ର ସିରିଏଲ୍ ନମ୍ୱର ୧୭୦୯୫୦ ଯାହାକି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ।

Special gift to Prime Minister

ଓଡ଼ିଶାରୁ କଂଗ୍ରେସକୁ କଡ଼ା ଟାର୍ଗେଟ କଲେ ମୋଦି, ଗଣେଶ ପୂଜାକୁ ନେଇ କହିଲେ ...

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ସମାଲୋଚନା। ନାଁ ନନେଇ କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦି। ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ ବୋଲି କହିଲେ ପ୍ରଧାନମନ୍ତ୍ରୀ। ମୁଁ ଗଣେଶ ପୂଜନରେ ସାମିଲ ହେବାରୁ କିଛି ଲୋକଙ୍କୁ ବାଧିଥିଲା। ସେମାନେ ମୋ ନାଁରେ ଅପପ୍ରଚାର ଆରମ୍ଭ କରିଦେଲେ।
ତେବେ ସେମାନେ ଗଣପତିଙ୍କୁ କେତେ ସମ୍ମାନ ଦିଅନ୍ତି ସବୁ ଜାଣିଛନ୍ତି । ଗଣେଶ ପୂଜାରେ କର୍ଣ୍ଣାଟକରେ ସେମାନେ ସବୁ ସୀମା ଟପିଗଲେ।
କିଛି କ୍ଷମତାଲିପ୍‌ସୁ ଲୋକ ବିଭାଜନ ସୃଷ୍ଟି କରୁଛନ୍ତି। ସେଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନି ବୋଲି ମୋଦି କହିଛନ୍ତି।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ତେବେ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ, ଓଡ଼ିଶାର ମା' ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି ଆଜି ସୁଭଦ୍ରା ଶୁଭାରମ୍ଭ ଅବସରରେ ଓଡ଼ିଶକୁ ଆସିଥିବା ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+