ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ ମୁତୟନ; ଶ୍ରୀମନ୍ଦିରକୁ ଜଗି ରହିଛନ୍ତି ୧୫୦ରୁ ଅଧିକ ପୋଲିସ କର୍ମଚାରୀ
ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିରକୁ ଜଗି ରହିଛନ୍ତି ୧୫୦ରୁ ଅଧିକ ପୋଲିସ କର୍ମଚାରୀ । ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ ।
ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସର ଯାଞ୍ଚ । ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରୁଛି ପୋଲିସ ।

ଜମ୍ମୁ କାଶ୍ମୀର ସମେତ ପଞ୍ଜାବ ଓ ରାଜସ୍ଥାନ ଆଦି ପ୍ରଦେଶଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି । ପଞ୍ଜାବର ଗୁରୁଦାସପୁର, ରାଜସ୍ଥାନର ବାରମେର୍, ଜୈସଲମେର୍, ଜମ୍ମୁର ବେସାମରିକ ବିମାନବନ୍ଦର, ସାମ୍ବା, ଆର୍ଏସ୍ପୁରା, ଆର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୁରକ୍ଷାକର୍ମୀମାନେ ସ୍ପଷ୍ଟ କରିଛନ୍ତି । ତେବେ ଏ ସବୁକୁ ଭାରତର ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଧ୍ବଂସ କରିଦେଇଛି । ଜମ୍ମୁର ଏକାଧିକ ସ୍ଥାନରେ ବଡ଼ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଲୋକମାନେ ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି । ପାକିସ୍ତାନ ପଟୁ ରକେଟ୍ ଓ ଗୋଳାମାଡ଼ ପରେ ଜମ୍ମୁକୁ ବ୍ଲାକ୍ଆଉଟ୍ କରି ଦିଆଯାଇଛି ।
ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର୍, ଜୈସଲମେର୍ ଓ ଯୋଧପୁରକୁ ପ୍ରତିଦିନ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜସ୍ଥାନର ବିକାନେର୍ ଓ ଶ୍ରୀଗଙ୍ଗାନଗରରେ ଡ୍ରୋନ୍ ଉଡ଼ାଣ ଏବଂ ବାଣ ଫୁଟାଇବା ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଜମ୍ମୁର ସାମ୍ବାରେ ଜୋର୍ଦାର ଗୋଳାମାଡ଼ ଓ ଡ୍ରୋନ୍ ଆକ୍ରମଣ ହୋଇଛି । ଜମ୍ମୁର ଚନ୍ନି ଅଞ୍ଚଳକୁ ଟାର୍ଗେଟ୍ କରି ପାକିସ୍ତାନ ପଟୁ ରକେଟ୍ ନିକ୍ଷେପ କରାଯାଇଛି । ଉଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଚନ୍ନି, ବାରମୁଳା, କୁପୱାଡ଼ା ଆଦି ସ୍ଥାନରେ ପାକିସ୍ତାନ ରକେଟ୍, ଡ୍ରୋନ୍ ଓ ଗୋଳା ମାଡ଼ କରିଛି । ଗୁରୁବାର ସଂଧ୍ୟାରେ ପ୍ରଥମେ ପାକିସ୍ତାନର ଗୋଟିଏ ଡ୍ରୋନ୍ ଜମ୍ମୁ ବିମାନବନ୍ଦରରେ ମାଡ଼ ହୋଇଥିଲା । ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ପାକିସ୍ତାନ ରକେଟ୍ ମାଡ଼ କରିଥିଲା । ଆକ୍ରମଣ ପରେ ରାତି ୮ଟାରେ ଜମ୍ମୁକୁ ବ୍ଲାକ୍ଆଉଟ୍ କରି ଦିଆଯାଇଥିଲା । ଏହାପରେ ପାକିସ୍ତାନରେ ପଶି ତାଣ୍ଡବ ରଚିଥିଲା ଭାରତୀୟ ସେନା ।
-
ମେରିକା ଗୁଇନ୍ଦାର ବଡ଼ ଖୁଲାସା, ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି ଚୀନ୍ -
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ -
IPL 2026: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ଲଢ଼େଇ -
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି , ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ -
ମହାନଦୀ ଜଳ ବିବାଦ ମାମଲା : ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି -
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ -
ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି -
ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି: ନଗର ଉନ୍ନୟନ ମନ୍ତ୍ରୀ -
ନାଟୋକୁ ଟ୍ରମ୍ପଙ୍କ ଚେତାବନୀ, ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ସାମରିକ ସହାୟତା ଦିଅ -
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି




Click it and Unblock the Notifications