ଗ୍ରାମୀଣ ବିକାଶ ପାଇଁ ସ୍ଵତନ୍ତ୍ର ଫୋକସ : ୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ୭୧ ନୂତନ ପ୍ରକଳ୍ପକୁ ଅନୁମୋଦନ
ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ ସଂକଳ୍ପର ପ୍ରମୁଖ ଦିଗ ହେଉଛି ଗ୍ରାମୀଣ ବିକାଶ । ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ସେତୁ ସହି ବନ୍ଧରା ପ୍ରକଳ୍ପଗୁଡିକ ହେଉଛି ସେହି ଦିଗରେ ଏକ ଅଭିନବ ପ୍ରୟାସ । ଏହା ଦ୍ଵାରା ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବା ସହ ସେଠାକାର ଜଳସ୍ତର ବୃଦ୍ଧିପାଇ ଗ୍ରାମୀଣ ଅର୍ଥନୀତି ଓ ଜନସାଧାରଣଙ୍କ ଜୀବନଜୀବିକାରେ ଉନ୍ନତି ହେବାର ସୁଯୋଗ ସୃଷ୍ଟି ହୋଇପାରୁଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ସେବୁ ସହ ବନ୍ଧରା ପ୍ରକଳ୍ପଗୁଡିକ ରାଜ୍ୟର ବହୁମୁଖୀ ବିକାଶରେ ଉପାଦେୟ ସାବ୍ୟସ୍ତ ହେଉଛନ୍ତି । ୨୦୨୪ ଜୁନରୁ ନଭେମ୍ବର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୧୮ଗୋଟି "ସେତୁ ସହ ବନ୍ଧରା' ପ୍ରକଳ୍ପ ନିର୍ମାଣ ଶେଷ ହୋଇ ସାରିଥିବାବେଳେ ଆହୁରି ୭୧ ଗୋଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି ।

ଏହି 'ସେତୁ ସହ ବନ୍ଧରା' ପ୍ରକଳ୍ପଗୁଡିକର ବହୁବିଧ ଉପଯୋଗିତା ରହିଛି । ଏହା ଦ୍ଵାରା ଗମନାଗମନର ସୁବିଧା ସହ ଜଳ ସରଂକ୍ଷଣ ମଧ୍ୟ କରାଯାଇପାରୁଛି ଯାହା ଦ୍ଵାରା ଭୂତଳ ଜଳସ୍ତର ବୃଦ୍ଧିପାଇବ । ଗ୍ରୀଷ୍ମ ଋତୁରେ ଏହି ସଂରକ୍ଷିତ ଜଳକୁ ଚାଷଜମିକୁ ଜଳସେଚନ କରାଯିବା ସହ ବିଶୋଧନ ପ୍ରକ୍ରିୟା ଦ୍ଵାରା ପାନୀୟଜଳ ରୂପେ ମଧ୍ୟ ବ୍ୟବହାର କରାଯାଇପାରୁଛି । ଖରାଦିନେ ଶୁଖିଯାଈଥି 'ନାଳ'ଗୁଡିକର ଜଳସ୍ତର ବୃଦ୍ଧିରେ ଏହି ପ୍ରକଳ୍ପଗୁଡିକ ସହାୟକ ହେଉଛି । କଳାଭାବ ଦୂର ହେବା ସହ ଏହି ସଞ୍ଚିତ ଜଳକୁ ଗାଈଗୋରୁ ଓ ଅନ୍ୟାନ୍ୟ ଜୀବକରୁ ମଧ୍ୟ ପାନୀୟ ଜଳ ରୂପେ ବ୍ୟବହାର କରିପାରୁଛନ୍ତି । ଏହା ନିକଟସ୍ଥ ଅଞ୍ଚଳରେ ତାପମାତ୍ରା ବୃଦ୍ଧିକୁ ରୋକିବା ସହ ମୃରିବା କ୍ଷୟକୁ ମଧ୍ୟ ରୋଜିପାରୁଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜ ବଜେଟ ଅଭିଭାଷଣରେ 'ସେତୁ ସହ ବନ୍ଧରା' ଉପରେ ଗୁରୁତ୍ଵ ଦେଇ ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ସରକାର ରାଫ୍ଟ ଫାଉଣ୍ଡେସନ ଥାଇ ଛୋଟ ସେତୁ ଉପରେ ଚେକ୍ ଡ୍ୟାମ୍ । ବ୍ରିଜ୍-କମ୍-ୱେର ନିର୍ମାଣ ମାଧ୍ୟମରେ କଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସେଥିପାଇଁ ବଜେଟରେ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ଦ୍ଵାରା ନାଳଗୁଡ଼ିକରେ ଜଳ ସଂରକ୍ଷଣ ହେବା ସହ, କ୍ଷୁଦ୍ର ଜଳସେଚନ, ପଶୁପକ୍ଷୀଙ୍କ ପାନୀୟ ଏବଂ ଭୂତଳଜଳ ରିଚାର୍ଜ ସୁନିଶ୍ଚିତ ହେବ ।
ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲା ଚନ୍ଦ୍ରପୁର-କୁଳକୁଡା ରାସ୍ତାରେ ଫଟାଟାଙ୍ଗର ନାଳ, ଅନୁଗୋଳ ଜିଲ୍ଲା ରେଙ୍ଗାଲି - କୁରୁମାନିଆକୁ ରାସ୍ତାରେ ବଳରାମପୁର ନାଳ, କନ୍ଧମାଳ ଜିଲ୍ଲା କୁହୁଚୁଲି ଡମେରିକିଆ ରାସ୍ତାରେ ଥିବା ନାଳ ଦେବଗଡ଼ ଜିଲ୍ଲା ଝରସାହିରୁ ନାକଟିମାଲ ରାସ୍ତାରେ ଥିବା ନାଳରେ ନିର୍ମିତ ସେତୁ ସହ ବନ୍ଧରା ପ୍ରକଳ୍ପଗୁଡିକ ବଳିଷ୍ଠ ଉଦାହରଣ ରୂପେ ସେ ଅଞ୍ଚଳର ବହୁବିଧ ବିକାଶରେ ସାହାଯ୍ୟକାରୀ ହେଉଛନ୍ତି ।
ସେତୁ ସହ ବନ୍ଧରା ନିର୍ମାଣ ଦ୍ଵାରା ଯୋଗାଯୋଗ, ଜଳ ସରଂକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, କ୍ଷୁଦ୍ର ଜଳସେଚନ, ପାନୀୟଜଳ ଆଦି ବିଭିନ୍ନ ସୁବିଧା ହେଉଥିବାରୁ ଏହା ଗ୍ରାମାଞ୍ଚଳର ସାମଗ୍ରିକ ବିକାଶର ମାଧ୍ୟମ ହୋଇପାରୁଛି । ତେଣୁ ପ୍ରାଥମିକତା ଭିରିରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ପୂର୍ବରୁ ନିର୍ମିତ ସେତୁ ଓ ନୂତନ ସେତୁଗୁଡ଼ିକରେ 'ସେବୁ ସହ ବନ୍ଧରା' ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଗ୍ରାମୀଣ ବିକାଶ ଦ୍ଵାରା ବିକଶିତ ଭାରତ ଗଠନରେ ବିକଶିତ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିପାରିବେ ।












Click it and Unblock the Notifications