ରାଜ୍ୟରେ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍: ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ ଆକ୍ସନ
ରାଜ୍ୟରେ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍: ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ ଆକ୍ସନ
ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ସ୍ପେଶାଲ୍ ଡ୍ରାଇଭ୍ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍ । ଆଜିଠାରୁ କଡାକଡି ହେଲା ଯାନବାହନ ଚେକିଂ । କୌଣସି ପ୍ରକାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ଫାଇନ୍ । ଆଜିଠୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ କରାଯିବ । ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ । ଏ ନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୟରେ ହେଲମେଟ ନପିନ୍ଧିଲେ , ଦ୍ରୁତ ଗତିରେ ଗାଡି ଚଳାଇଲେ, ସିଟ୍ ବେଲ୍ଟ ନ ପନ୍ଧିଥିଲେ, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିଲେ, କଟିବ ଚାଲାଣ । ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ସେହିପରି ଲାଇସେନ୍ସ ଚେକ୍ ମଧ୍ୟ କରାଯିବ । ଡିଏଲ୍ ନଥିବା ଗାଡିକୁ ଜବତ କରାଯିବ । ତେବେ ଯେଉଁ ମାନେ ଏହି ସମସ୍ତ ନିୟମ ମାନିବେ ନାହିଁ ସେମାନଙ୍କୁ ଧରାଯାଇ ଫାଇନ୍ ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।












Click it and Unblock the Notifications