ରଜ ପାଇଁ ଟ୍ବିନସିଟିରେ ଆଜିଠୁ ସ୍ପେଶାଲ ଡ୍ରାଇଭ ଆରମ୍ଭ
ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ହେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ।
ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ହେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ।

ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର । ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । କୋଭିଡ ନିୟମ ମାନି ରଜ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।
ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୋଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା । ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା ।












Click it and Unblock the Notifications