ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍; ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ
ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ ଗଠନ ହେବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ ।
ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବ ଏହି ସ୍ବତନ୍ତ୍ର ବାଟାଲିୟନ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ 5T ଅଧ୍ୟକ୍ଷ ପାଣ୍ଡିଆନ । ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ପରିଚାଳନାକୁ ଫୋକସ୍ ସହ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।
ଶ୍ରୀମନ୍ଦିର ସୁରକ୍ଷା ବାହିନୀ (SSB) ଭାବେ ନାମିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ବଢ଼ିବ ଜନସମାଗମ । ଏବେ ଦୈନିକ ପୁରୀକୁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଛୁଟି ଦିନରେ ବଢ଼ୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେପଟେ ବଡ଼ ଦିନରେ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା ପୋଲିସ ।
ରାଜ୍ୟ ବାହାରୁ ଲୋକେ ଆସି ପୁରୀରେ ପହଞ୍ଚିଛନ୍ତି । ମହପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲାଇନ୍ ଲାଗିଛି, ଘଣ୍ଟା ଘଣ୍ଟା ଲାଇନରେ ଛିଡା ହୋଇ ଧର୍ଯ୍ୟ ହରାଇ ଶେଷରେ ବ୍ୟାରିକେଡ୍ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ।












Click it and Unblock the Notifications