ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ; ଅଷ୍ଟମ ଓ ନବମ ପିଲାଙ୍କ ପାଇଁ ପ୍ରସ୍ତୁତ ହେବ ମେଧା ତାଲିକା

ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ । ଯେଉଁଥିରେ ଦଶମ ଶ୍ରେଣୀରେ ମେଧାବୀଙ୍କ ଲାଗି ସରକାର ଯୋଗାଇବେ ଅନେକ ସୁବିଧାସୁଯୋଗ । ଆଉ ଅର୍ଥ ସାଜିବନି ବାଧକ । ରାଜ୍ୟରେ ସମସ୍ତ ସରକାରୀ ସ୍କୁଲରେ ଚଳିତବର୍ଷ ୮ମ ଏବଂ ୯ମରେ ୭୫%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କର ତାଲିକା ପ୍ରସ୍ତୁତ କରି ଜୁନ୍ ଶେଷ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁର୍ବଳ ପିଲାଙ୍କୁ ଦଶମ ଶ୍ରେଣୀରେ ସ୍ୱତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଲଗାତାର ୨ବର୍ଷ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା । ଏହି ମେଧା ତାଲିକାରେ ଯେତେ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପାଠପଢ଼ା ଲାଗି ସମସ୍ତ ସୁବିଧା ସୁଯୋଗ ସମ୍ପୃକ୍ତ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯିବ ।

school

ସୂଚନା ଅନୁଯାୟୀ, ରାଜ୍ୟରେ ଅଷ୍ଟମ ଶ୍ରେଣୀ ୩୩୦୭ଟି ଏବଂ ୨୬୮୨ଟି ସେକେଣ୍ଡାରୀ ସ୍କୁଲ ରହିଛି । ତେବେ ଅଷ୍ଟମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨୨ଲକ୍ଷ ୨ହଜାର ଥିବା ବେଳେ ନବମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ଜଣ । ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ପ୍ରତିଶତରୁ ଅଧିକ ମାର୍କ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ ।

ଦୈନିକ ସ୍କୁଲରେ କମନ୍ ଶିକ୍ଷାଦାନ ଶେଷ ହେବା ପରେ ଦୁର୍ବଳ ପିଲାଙ୍କ ଲାଗି ଏବଂ ମେଧା ତାଲିକାରେ ଥିବା ପିଲାଙ୍କ ଲାଗି ଭିନ୍ନ ଭିନ୍ନ କ୍ଲାସ ହେବ । ଦୈନିକ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ପାଇଁ ୯୦ମିନିଟ୍ ଧାର୍ଯ୍ୟ କରାଯିବ । ତେବେ ମେଧା ତାଲିକାରେ ଥିବା ପିଲାଙ୍କୁ ଏକ୍ସଟ୍ରା ପାଠପଢ଼ା ସହିତ ପରୀକ୍ଷା ପୂର୍ବରୁ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେନେଇ ଏଭଳି ଅଭନବ ପ୍ରୟାସ ଆରମ୍ଭ ହୋଇଛି ।

ଏଣିକି ଦଶମରେ କୌଣସି ଶ୍ରେଣୀକୁ 'ଏ', 'ବି', 'ସି', 'ଡି' କିମ୍ବା 'କ', 'ଖ', 'ଗ', 'ଘ' ନାମରେ ନାମିତ କରାଯିବ ନାହିଁ । ଶ୍ରେଣୀଗୁଡିକର ଏପରି ନାମକରଣ ଦ୍ୱାରା ଭଲ ପିଲାଙ୍କ ଲାଗି 'ଏ' କିମ୍ବା 'କ' ଶ୍ରେଣୀ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଚାପ ସୃଷ୍ଟି ହେଉଛି । ତେଣୁ ସବୁ ଶ୍ରେଣୀକୁ ମହାପୁରୁଷଙ୍କ ନାମରେ କିମ୍ବା ଦେଶର ପ୍ରମୁଖ ନଦୀ ନାମରେ ନାମିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦଶମରେ ଯେଉଁ ସବୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ସେହି ମେଧା ତାଲିକାରେ ଥିବା ପିଲାଙ୍କର ଭିନ୍ନ ତାଲିକା କରାଯିବ । ଏପରିକି ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମେଧା ତାଲିକାରେ ଥିବା ପିଲାଙ୍କୁ ସବୁ ଶ୍ରେଣୀରେ ସମାନ ଭାବେ ରଖାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+