କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ। ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା । ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ। କଟକ ରେଳ ଷ୍ଟେସନରୁ ସିଏନ୍‌ବିଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ।

Aam Boss

ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍‌ରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍‌ରୁ ସଟଲ୍ ବସ୍ ସେବା ଜାରୀ ରହିବ। ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି-ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ। ଏହି ରୁଟ୍ ମଧ୍ୟ ଦେଇ ବସ୍‌ଗୁଡିକ ରେଳଷ୍ଟେସନ୍‌ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ। ରୁଟ୍-୦୧: ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା। ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ। ରୁଟ୍-୦୨: ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ଵର ରେଳଷ୍ଟେସନ୍। ଏହା ସିଏନବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍‌ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+