ଆକ୍ସନ ନେଲେ ବାଚସ୍ପତି ; ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ
ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ତାରା। ଆଉ ଆଜି ବି ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କଂଗ୍ରେସର ବରିଷ୍ଠ ବିଧାୟକ ତାରା ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଥିଲେ। ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ'ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା'ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ। ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସେ ଆଉ ଏପରି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠାଇଥିବା ଲୋକ ଯିଏ କି ତାଙ୍କୁ ଆଜି ଦଳ ଅଣଦେଖା କରୁଛି ବୋଲି ତାରା ତାଙ୍କୁ ତାତ୍ସଲ୍ୟ କରି କହିଥିଲେ।












Click it and Unblock the Notifications