କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ହଟାଇବା ପାଇଁ ସର୍ତ୍ତ ରଖିଲେ ବାଚସ୍ପତି

ତାରା ବାହିନୀପତିଙ୍କ ନିଲମ୍ବନ ହଟାଇବା ପାଇଁ ସର୍ତ୍ତ ରଖିଲେ ବାଚସ୍ପତି । କ୍ଷମା ପ୍ରାର୍ଥନା ନକରିବା ଯାଏଁ ନିଲମ୍ବନ ପ୍ରତ୍ୟାହୃତ ହେବ ନାହିଁ କହିଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ସୂଚନା ଦେଇଛନ୍ତି ।

ସେପଟେ କିନ୍ତୁ କଂଗ୍ରେସ ବିଧାୟକମାନେ ନିଜ ଜିଦରେ ଅଟଳ । ତାରା ବାହିନୀପତି ଆଦୌ ଭୁଲ ମାଗିବେ ନାହିଁ । ବିଧାନସଭାରେ ବିଶୃଙ୍ଖଳା ପାଇଁ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ଦିନ ପାଇଁ ସସପେଣ୍ଡ କରାଯାଇଛି । ତାରାଙ୍କ ନିଲମ୍ବନ ପରେ ପ୍ରଶ୍ନକାଳକୁ ବୟକଟ କରିଥିଲା କଂଗ୍ରେସ । ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବ ବୋଲି କହିଛି କଂଗ୍ରେସ ।

Tara Bahinipati

ସେପଟେ ତାରାଙ୍କୁ ସମର୍ଥନ କରିଛି ବିଜେଡି । ଶୂନ୍ୟକାଳରେ ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ବିରୋଧୀ ଦଳ ଉପନେତା । ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ । କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଅଣାଯାଉ । ଏହା ନ ହେଲେ ଗୃହ ପରିପୂର୍ଣ୍ଣ ହେବନାହିଁ । ଏପରିକି ତାରାପ୍ରସାଦଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡ଼ି ଟିମ୍ ।

ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+