କାଲି ବାଚସ୍ପତି ପଦ ପାଇଁ ନିର୍ବାଚନ, ଆଜି ନାମାଙ୍କନ

ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଧାୟକ ବିଧାନସଭାରେ ଶପଥ ନେଇଛନ୍ତି। ଯେଉଁମାନେ ଶପଥ ନେଇନାହାନ୍ତି ସେମାନେ ବୁଧବାର ନେବେ। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପଦ ଲାଗି ନିର୍ବାଚନ ହେବ। ଏହି ପଦବୀ ଲାଗି ବୁଧବାର ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଗୁରୁବାର ବାଚସ୍ପତି ପଦ ଲାଗି ଭୋଟ ଗ୍ରହଣ କରାଯିବ।

odisha assembly

ତେବେ ବାଚସ୍ପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ଯାହାକୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିବ ସେ ହିଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ୍‌) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପାରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ହିମାଂଶୁ ଶେଖର ସାହୁ, ବଡ଼ମ୍ବାରୁ ବିଜୟ ଦଳବେହେରା ଏବଂ ମାହାଙ୍ଗାରୁ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି।

ତେବେ ଏହି ୩ ବିଧାୟକ ଭାଜପା ସପକ୍ଷରେ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ହେଲେ ଶାସକ ଦଳ ସପକ୍ଷରେ ୮୧ ଖଣ୍ଡ ଭୋଟ ପଡ଼ିବା ସମ୍ଭାବନା ରହିଛି। ସେହିପରି କଂଗ୍ରେସ,ବିଜେଡି ଏବଂ ସିପିଆଇ(ଏମ୍‌)ର ସଦସ୍ୟଙ୍କୁ ମିଶାଇଲେ ବିରୋଧୀ ଦଳ ସପକ୍ଷରେ ମୋଟ୍‌ ୬୬ ଖଣ୍ଡ ଭୋଟ ପଡ଼ିବ। ତେଣୁ ବିରୋଧୀମାନେ ଏକାଠି ହୋଇ ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ ନ ଦେବା ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପଟେ ଭାଜପା ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ କରିବ ତାହା ଏବେର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଦଳ ଏହି ପଦବୀ ଲାଗି ଜଣେ ଅଭିଜ୍ଞ ଏବଂ ବରିଷ୍ଠ ନେତାଙ୍କୁ ବସାଇବ ନା ନବନିଯୁକ୍ତ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେ ବିଷୟରେ ଦଳର ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ। ଏନେଇ ନାମାଙ୍କନ ପୂର୍ବରୁ ଦଳ ଘୋଷଣା କରିବ। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଏହି ପଦରେ ବସାଯିବ ବୋଲି ଗୋଲକ କହିଛନ୍ତି।

ଅନ୍ୟପଟେ ବାଚସ୍ପତି ପଦକୁ ନେଇ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଛି। ସୁରମା ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିବା ସମ୍ଭାବନା ରହିଛି। ଅନ୍ୟପଟେ ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଜୟନାରାୟଣ ଭାଜପା ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇପାରନ୍ତି ବୋଲି ଆଲୋଚନା ହେଉଥିଲା। ହେଲେ ତାଙ୍କୁ ସାମିଲ କରା ନ ଯିବା ବିଷୟ ଆଲୋଚନାର ବିଷୟବସ୍ତୁ ପାଲଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+