ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ସ୍ୱଭାବିକ ହୋଇପାରୁ ନାହିଁ ବିଧାନସଭା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ଭୁବେନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ସ୍ୱାଭାବିକ ହୋଇପାରୁ ନାହିଁ । ଆଦିବାସୀଙ୍କ ଜମିକୁ ନେଇ କ୍ୟାବିନେଟ୍ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିବାରୁ ୨ ଥର ଗୃହ ମୁଲତବି କଲେଣି ବାଚସ୍ପତି ।

ତେବେ ଆଗକୁ ଗୃହକାର୍ଯ୍ୟକୁ ସ୍ୱଭାବିକ ଭାବେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ତେବେ ଆଶା କରାଯାଉଛି ଯେ, ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିବ ।
ସୂଚନାଥାଉ ଯେ, ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପ୍ରତିବାଦକୁ ନେଇ ସୃଷ୍ଟି ହେଲା ବିବାଦ । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ସାଲିଆ ସାହିକୁ ସର୍ଭେରୁ ବାଦ ଦିଆଯାଇଥିବାରୁ ଏକାମ୍ର କାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି ବସ୍ତି ବାସିନ୍ଦା ।
ସୂଚନାଥାଉ ଯେ, ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଅଧିକାର ଦିଆଯାଉଥିବା ବେଳେ ଏଥିରୁ ବାଦ ପଡିଛି ସାଲିଆ ସାହିଁ । ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଦର୍ଶାଯାଇଛି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି ।












Click it and Unblock the Notifications