ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ
ଭୁବନେଶ୍ୱର: ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ସାରିଛନ୍ତି ବୋଲି ଗଣମାଧ୍ୟମକୁ ନିଜେ ସୂଚନା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ତେବେ ଭବିଷ୍ୟତରେ ଦଳ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ଏହି ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଳାଇଛି । ଆଗକୁ ଯେଉଁ ଦାୟିତ୍ୱ ମିଳିବ ସୂଚାର ରୂପେ କରିବି ।
ଆଜି ପ୍ରେସମିଟ୍ କରି ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ସେ ଏକ ବର୍ଷ ପୂର୍ବେ ବିଧାନସଭା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ । ତେବେ ଆଗାମୀ ଦିନରେ ରାଜ୍ୟ ସରକାରରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।












Click it and Unblock the Notifications