ସାଢେ ୧୧ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି
ଆଜି ବିଧାନସଭା ମୌସୁମୀ ଅଧିବେଶନ ଷଷ୍ଠ ଦିବସ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ | ଗୃହ ମଧ୍ୟ ଭାଗକୁ ଯାଇ ନାରାବାଜି କରିବା ସହ ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ପ୍ରତିବାଦ କରିଥିଲେ ସେମାନେ। କଂଗ୍ରେସ ବିରୋଧ ସତ୍ତ୍ଵେ ଚାଲିଥିଲା ପ୍ରଶ୍ନକାଳ। ଗୃହରେ ଉତ୍ତର ରଖୁଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।

ଆଜି ବିଧାନସଭା ମୌସୁମୀ ଅଧିବେଶନ ଷଷ୍ଠ ଦିବସ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ | ଗୃହ ମଧ୍ୟ ଭାଗକୁ ଯାଇ ନାରାବାଜି କରିବା ସହ ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ପ୍ରତିବାଦ କରିଥିଲେ ସେମାନେ। କଂଗ୍ରେସ ବିରୋଧ ସତ୍ତ୍ଵେ ଚାଲିଥିଲା ପ୍ରଶ୍ନକାଳ। ଗୃହରେ ଉତ୍ତର ରଖୁଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।ଏହାପରେ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରେ ବାଚସ୍ପତି ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଏହାପରେ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରେ ବାଚସ୍ପତି ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।












Click it and Unblock the Notifications