ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି, ବିରୋଧୀଙ୍କ ହଟ୍ଟଗୋଳ
ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟଙ୍କ ନାରାବାଜି। ବେସରକାରୀ କାର୍ଯ୍ୟ ଦିବସରେ ସୁଯୋଗ ନ ଦିଆଯିବାରୁ ହଟ୍ଟଗୋଳ । ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି।

କିଛି ଦିନର ନୀରବତା ପରେ ପୁଣି ବିଧାନସଭାରେ ହୋ ହଲ୍ଲା । ଆଜି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଛନ୍ତି । ଯାହାପରେ ବିଧାନସଭା ପ୍ରଶ୍ନକାଳରେ ସୁରୁଖୁରରେ ଚାଲିପାରିନି । ତେବେ ହୋହଲ୍ଲା ଭିତରେ ହିଁ, ବାଚସ୍ପତି ଗୃହର ପ୍ରଶ୍ନକାଳ ଚଲାଇଛନ୍ତି । ଆଉ କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି । ଗୃହରେ ପ୍ରାଇଭେଟ୍ ମେମ୍ବର ବିଲ୍ ଗତକାଲି କାହିଁକି ନିଆଗଲା ନାହିଁ ସେନେଇ କଂଗ୍ରେସର ବିଧାୟକମାନେ ପ୍ରତିବାଦ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୬ ଦିନ ହେଲାଣି ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ। ଆଜି ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ବ ବିଭାଗ, ଯୋଜନା ଓ ସଂଯୋଜନ, ଖଣି ଇସ୍ପାତ, ସୂଚନା ଲୋକସଂମ୍ପର୍କ, ପରିବହନ ବିଭାଗର ଆଲୋଚନା ଚାଲିଛି ।












Click it and Unblock the Notifications