ହଟ୍ଟଗୋଳ ଓ ହୋହଲ୍ଲା ପାଇଁ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି
ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକଙ୍କ ସମର୍ଥନ କରି ବିଜେଡି ମଧ୍ଯ ପ୍ରତିବାଦ କରିଛି। ଏପରିକି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଏକପ୍ରକାର ଧୋଇଯାଉଛି।

ସୂଚନା ଅନୁଯାୟୀ, ଗୃହ ଆରମ୍ଭରୁ ହଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ପ୍ରବଳ ହଙ୍ଗାମା ଯୋଗୁ ବାଚସ୍ପତି ନିଜ ଆସନରେ ଛିଡା ହୋଇ କଂଗ୍ରେସ ସଦସ୍ୟଙ୍କ ପ୍ଲାକାର୍ଡ ପ୍ରଦର୍ଶନ ଏବଂ ଗୃହ ମଧ୍ୟରେ ଘଣ୍ଟା ବଜାଇବାକୁ ଅଶୋଭନୀୟ କହିବା ସହ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ମାତ୍ର କଂଗ୍ରେସ ସଦସ୍ୟ ନିଜ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି।












Click it and Unblock the Notifications