ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ବିଧାନସଭା ବଜେଟ୍ ଅଧିବେଶନ । ଆଜି (ବୁଧବାର) ବି ଚାଲିପାରୁନି ଗୃହ । ବିରୋଧୀଙ୍କ ହୋହାଲ୍ଲା ଏବଂ ନାରାବାଜି ଲାଗି ବିଧାନସଭାକୁ ମଧ୍ୟାହ୍ନ ୧୨ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି ସହ ହୋହାଲ୍ଲା କରିଥିଲେ । ଏପରିକି ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବାଚସ୍ପତି ବାରମ୍ବାର ବିରୋଧୀ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ନିଜ ନିଜ ସିଟ୍ ବସିବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ସେପଟେ ଗୃହ ମୁଲତବୀ ପରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସର ମଧ୍ୟରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । କଂଗ୍ରେସର ସମସ୍ତ ସଦସ୍ୟ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସରକାର ଆମ ଦାବି ନଶୁଣିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ସଦସ୍ୟ କହିଛନ୍ତି ।












Click it and Unblock the Notifications