ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨-୩ ଦିନରେ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ। ଆସନ୍ତାକାଲି ସକାଳ ସମୟରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା।

Southwest monsoon winds to return from Odisha

ଓଡ଼ିଶାରୁ ଫେରିଯିବ ମୌସୁମୀ । ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ । ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶାକୁ ଛାଡିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ ।

ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ । କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବ । ବର୍ଷା ଛାଡ଼ିବା ପରେ ଶୀତ ପଡ଼ିବ । ୧୫ ତାରିଖରୁ ରାଜ୍ୟରେ ଶୀତ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+