କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଅର୍ଥାତ ରଜ ପରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
ଭୁବନେଶ୍ୱର: ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଅର୍ଥାତ ରଜ ପରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।

ତେବେ ଲଘୁଚାପ ଜରିଆରେ ଓଡ଼ିଶାରେ ମୌସୁମୀ ପହଞ୍ଚିପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବା ସେ କହିଛନ୍ତି। ପ୍ରତିବର୍ଷ ଜୁନ୍ ୧୦/୧୨ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥାଏ। ଏଥର ମଧ୍ୟ ସେହି ତାରିଖ ସୁଦ୍ଧା ପହଞ୍ଚିବା ଆଶା ଥିବାବେଳେ ଜୁନ୍ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବା ଆଇଏମ୍ଡି ଡିଜି କହିଛନ୍ତି।
୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବ । ୪ ରୁ ୬ ତାରିଖ ମଧ୍ୟରେ ବର୍ଷା ର ପରିମାଣ କମିବ। ତେବେ ଏହା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ଯେ, ଜୁନ ୧ରୁ ସେପ୍ଟେମ୍ବର ୩୦ ଭିତରେ ୧୦୧ ପ୍ରତିଶତ ବର୍ଷିବ । ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।












Click it and Unblock the Notifications