ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଆଉ ଏକ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଯେଉଁ Task Force ଗଠନ କରାଯାଇଛି। ସେଥିରେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

MOHANCHARANMAJJHI

ସୂଚନା ଯୋଗ୍ୟ ଯେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି Task Force ରେ ଅନ୍ୟ ୯ ଜଣ ସଦସ୍ୟ ଅଛନ୍ତି ଏବଂ ୩ ଜଣ ex officio ସଦସ୍ୟ ଅଛନ୍ତି। ଏହି ଦୁଇ ନୂଆ ସଦସ୍ୟଙ୍କ ସହିତ ଏହି Task Force ରେ ବର୍ତ୍ତମାନ ୧୧ ଜଣ ସଦସ୍ୟ ହେଲେ।

ସେହିପରି ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲାର ବିକାଶ ତ୍ୱରାନ୍ୱିତ ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ଗଠିତ ସ୍ୱତନ୍ତ୍ର ଏକ ପରିଷଦ ଗଠନ କରିଛନ୍ତି। ଏହିରେ ବଲାଙ୍ଗୀର, ସୋନପୁର, ବୌଦ୍ଧ,ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଓ ଅନୁଗୋଳର ଆଠମଲ୍ଲିକ ଉପଖଣ୍ଡ ଅପେକ୍ଷାକୃତ କମ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବା ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ ।

ଏଥିପାଇଁ ରାଜ୍ୟ ବଜେଟ ୮୪ ହଜାର କୋଟିରୁ ଏହି ପରିଷଦକୁ ସରକାର ବର୍ଷକୁ ୧୦୦ କୋଟି ଟଙ୍କା ମଂଜୁର କରିଥାନ୍ତି । ସେହି ଅର୍ଥ ପୁନର୍ବାର ପରିଷଦ ଏହା ଅଧୀନ ୧୧ଟି ଜିଲ୍ଲାକୁ ପ୍ରକଳ୍ପ ପ୍ରସ୍ତାବ ହିସାବରେ ଆବଣ୍ଟନ କରିଥାନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନିଜସ୍ୱ ପାଣ୍ଠି ନାହିଁ । ପ୍ରତିବର୍ଷ ରାଜ୍ୟ ସରକାର ପରିଷଦ ପାଇଁ ଯେଉଁ ବ୍ୟୟବରାଦ କରନ୍ତି ସେଥିରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ପରିଷଦ ଜିଲ୍ଲା, ବ୍ଲକ ଏବଂ ପୌର ପ୍ରଶାସନ ମାଧ୍ୟମରେ ଅନୁଦାନ ଦେଇଥାନ୍ତି । ୨୦୧୬ ଡିସେମ୍ବର ଶେଷ ସୁଦ୍ଧା ପରିଷଦ ସମୁଦାୟ ୨୬,୨୨୦ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+