ଜଳକ୍ରୀଡା ବେଳେ ଓଲଟି ପଡିଲା ସ୍ପିଡ ବୋଟ, ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ ଉଦ୍ଧାର

ପୁରୀ ସମୁଦ୍ରରେ ବଡ଼ ଅଘଟଣ ପ୍ରସଙ୍ଗ। ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ। ଟିକେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ ଗଭୀର ସମୁଦ୍ରରେ ଭାରସାମ୍ୟ ହରାଇବାରୁ ସ୍ପିଡ ବୋଟ୍ ଟି ଓଲଟିପଡିଥିଲା।

Sourav Ganguly s elder brother and sister-in-law rescued

ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ ଗାର୍ଡଙ୍କ ତ୍ଵରିତ କାର୍ଯ୍ୟ ଯୋଗୁ ଚାରିଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଗଲା । ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସମୟରେ ଲାଇଟ୍ ହାଉସ ନିକଟ ହୋଟେଲ ସୋନାର୍ ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସ୍ପିଡ ବୋଟ୍ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ସ୍ପିଡ ବୋଟ୍ ଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। କିଛିଟା ଟଙ୍କା ଲୋଭରେ ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳ ଖେଳୁଥିବା କମ୍ପାନୀର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ।

ଗତକାଲି ପୁରୀ ସମୁଦ୍ରରେ ଜଳକ୍ରୀଡା ବେଳେ ଘଟିଥିଲା ଅଘଟଣ। ସମୁଦ୍ର ମଝିରେ ଓଲଟି ପଡିଲା ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟ୍‌। ଲାଇଟ ହାଉସ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଘଟିଛି ଏଭଳି ଅଭାବନୀୟ ଘଟଣା‌।

ଖବର ଅନୁଯାୟୀ, ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟରେ ସମୁଦ୍ର ମଝିରେ ଚାରିଜଣ ପର୍ଯ୍ୟଟକ ମଜା ନେଉଥିଲେ । ଏହି ସମୟରେ ସ୍ପିଡ ବୋଟ୍ ଟି ଭିରସାମ୍ୟ ହରାଇ ଓଲଟି ପଡିଥିଲା। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେବେ ବଡ଼କଥା ହେଉଛି ପର୍ଯ୍ୟଟକମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ଏକ ବଡ ଅଘଟଣରୁ ରକ୍ଷା ପାଇଛନ୍ତି।

ସେପଟେ ସମୁଦ୍ରରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟ ଚଳାଇବା ନେଇ କୌଣସି ଅନୁମତି ନଥିବା ମଧ୍ୟ ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+