ଜୀବନ ଯୁଦ୍ଧରେ ହାରିଗଲେ ସୋମ୍ୟାଶ୍ରୀ; ରାତି ଅଧରେ ହେଲା ପୋଷ୍ଟମର୍ଟମ୍
ଅଧ ରାତିରେ ସବୁ ସରିଗଲା । ଜୀବନ ଯୁଦ୍ଧରେ ହାରିଗଲେ ସୋମ୍ୟାଶ୍ରୀ । ଯେଉଁ ଝିଅର ଜୀବନ ବଞ୍ଚିଯାଉ ବୋଲି ସମସ୍ତେ ପ୍ରାର୍ଥନ କରୁଥିଲେ, ସେ ଆଜି ସମସ୍ତଙ୍କୁ ପର କରି ଚାଲିଯାଇଛି ।
ବାଲେଶ୍ୱରର ଏହି ଘଟଣା କେବଳ ଓଡ଼ିଶାରେ ନୁହେଁ ରାଜଧାନୀ ଦିଲ୍ଲୀରେ ବି କମ୍ପନ ସୃଷ୍ଟି କରିଛି । ରାଜନୈତିକ ପାଣି ପାଗକୁ ଗରମ କରିଛି । ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା ।

ସାଧାରଣତଃ, ଆମେ ଦେଖିଛେ ଯଦି କୌଣସି ବ୍ୟକ୍ତିଙ୍କ ରାତିରେ ମୃତ୍ୟୁ ହୋଇଯାଏ ତେବେ ହସ୍ପିଟାଲ ରାତିରେ ପୋଷ୍ଟମର୍ଟମ କରିନଥାନ୍ତି, କିନ୍ତୁ ସୌମ୍ୟାଶ୍ରୀଙ୍କ ପାଇଁ ନିୟମ ବଦଳିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏମିତି କ'ଣ ଆବଶ୍ୟକ ପଡ଼ିଲା ଯେ, ରାତି ଅଧରେ ସୌମ୍ୟାଶ୍ରୀଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ମୃତଦେହ ନେବା ପାଇଁ ଆସିଥିବା ମହାପ୍ରାଣାୟ ଗାଡ଼ି ଆଗ ଓ ପଛରେ ଧାରଣାରେ ବସିଥିଲେ ବିଜେଡି ଓ କଂଗ୍ରେସ । ମୃତଦେହ ନେବା ପାଇଁ ପୁଲିସ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସେଠାରୁ ହଟାଇଥିଲା । ଏହି ସମୟରେ ପୁଲିସ ସହ ବିଜେଡି ଓ କଂଗ୍ରେସ କର୍ମୀ ଧସ୍ତଧସ୍ତା ହୋଇଥିଲା । ବିଜେଡି ନେତ୍ରୀ ସୁଲୋତା ଦେଓ ସରକାରଙ୍କ ଉପରେ ବର୍ଷିବା ସହ, କାହିଁକି ସବୁ ନିୟମରୁ ଫୁ କରି ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଅନ୍ୟାୟ ବିରୋଧରେ ଆମେ ଲଢ଼େଇ କରୁଛୁ କରିବୁ ।












Click it and Unblock the Notifications