ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲା: ସମୀର ସାହୁଙ୍କ ଜାମିନ ଆବେଦନ ପୁଣି ନାମଞ୍ଜୁର
ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ।
ଅନ୍ୟ ପକ୍ଷରେ ବାଲେଶ୍ବର ଜିଲା କାରାଗାରରେ ଥାଇ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁ ଓ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ ଘୋଷ ଆଜି ଅପରାହ୍ଣ ୩ଟାରୁ ସାଢ଼େ ତିନିଟା ପର୍ଯ୍ୟନ୍ତ ଭିଡିଓ କନ୍ଫେରନସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇଥିଲେ। ଏସ୍ଡିଜେଏମ କିଶୋର କୁମାର ନାଥ ଜାମିନ ଆବେଦନ ନାମଞ୍ଜୁର କରିବା ସହ ଆସନ୍ତା ଅଗଷ୍ଟ ୬ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ଅଧ୍ୟାପକ ଶ୍ରୀ ସାହୁଙ୍କ ବିଚାର ବିଭାଗ ହେପାଜତ ଅବଧି ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି।













Click it and Unblock the Notifications