ମାନସିକ ଅବସାଦରେ ଜ୍ୟୋତି ପ୍ରକାଶ; ନୀରବ ରହୁଛନ୍ତି
ବାଲେଶ୍ବରର ଏଫ୍ଏମ୍ ସ୍ବୟଂଶାସିତ କଲେଜ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିବା ଜ୍ୟୋତି ପ୍ରକାଶଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିଲା। ସେ କଟକର ଏସସିବିରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କଠାରେ ଏବେ ମାନସିକ ଅବସାଦ ଦେଖାଦେଇଛି।
ଏନେଇ ସାଇକ୍ରାଟିକ ଡାକ୍ତର ଏବେ ତାଙ୍କ ଉପରେ ନଜର ରଖିଛନ୍ତି। ସେ ନୀରବ ରହୁଛନ୍ତି। କିନ୍ତୁ ସେ ପୂର୍ବରୁ ଏପରି ନଥିଲେ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଜେରା ପରଦିନ ଠାରୁ ଜ୍ୟୋତି ପ୍ରକାଶଙ୍କ ଠାରେ ଏଭଳି ସ୍ଥିତି ଦେଖାଦେଇଛି। ସେ ଚୁପ୍ ଚାପ୍ ରହୁଛନ୍ତି।
ପରିବାର ଲୋକଙ୍କ ସହ ବିଶେଷ କଥା ହେଉନାହାନ୍ତି ବୋଲି ଏସସିବି ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି।
ହଟିବ ବାଲେଶ୍ବର FM କଲେଜ ଛାତ୍ରୀ ଜୀବନ ହାରିବା ଉଦ୍ୟମ ସସପେନ୍ସ! । ଛାତ୍ରୀଙ୍କ ମୃତ୍ୟୁ ପ୍ରକୃତରେ ଅଧ୍ୟାପକଙ୍କ ଦ୍ଵାରା ନିର୍ଯାତନା ନା କାହା ପ୍ରରୋଚନାରେ ହୋଇଛି ଏବେ ଘଟଣା ଉପରୁ ପରଦା ହଟିବ । ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ବେଳେ ସିସିଟିଭିରେ କଏଦ ହୋଇଥିବା ୨ ଛାତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ବିଏନଏସର ୧୮୩ ଧାରା ଅନୁଯାୟୀ ବୟାନ ରେକର୍ଡ ହୋଇଛି ।
ଏମାନଙ୍କ ବୟାନ ଘଟଣା ଉପରୁ ପରଦା ହଟାଇପାରେ ବୋଲି ଅନୁମାନ କରାଯାଉଛି । ଦୁଇ ଛାତ୍ରୀଙ୍କ ଠିକଣା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏକ ଫଟୋ ଜାରି କରିଥିଲା । କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ପାଇଁ ଚରମ ପଦକ୍ଷେପ ନେଲେ । ଛାତ୍ରୀଙ୍କୁ କିଏ ଉସ୍କାଇଥିଲା କି ? ଘଟଣାର ଖିଅ ଖୋଜିବା ପାଇଁ କ୍ରାଇମ୍ ବ୍ରାଞ୍ଚ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଜଣଙ୍କୁ ପଚରାଉଚରା । ୬ ଜଣଙ୍କ ମୋବାଇଲକୁ ମଧ୍ୟ ସିଜ୍ କରାଯାଇଛି । ସେପଟେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications