ସୌମ୍ୟାଶ୍ରୀ ବିିଶିଙ୍କ ଆତ୍ମାହୁତି ଘଟଣା: ଏଫ୍ଏମ୍ କଲେଜର ୮ ଜଣଙ୍କୁ ନୋଟିସ
ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରୀ ସୌମ୍ୟାଶ୍ରୀ ବିିଶିଙ୍କ ଆତ୍ମାହୁତି ଘଟଣାରେ ଶୁକ୍ରବାର ତଦନ୍ତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଗଠିତ ୩ ଜଣିଆ କମିଟି ସଦସ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସଦସ୍ୟ ଏବଂ ବିଦ୍ୟାର୍ଥୀଙ୍କ ମତ ନେଇଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଝୁମ୍କୀ ରଥ ମହାବିଦ୍ୟାଳୟକୁ ଯାଇ ୪ ବିଦ୍ୟାର୍ଥୀ ଏବଂ ୩ ଆଇସିସି ସଦସ୍ୟଙ୍କ ସହ ପୃଥକ୍ ଭାବେ ଆଲୋଚନା କରିଛନ୍ତି । ସମସ୍ତଙ୍କ ମତ ଲୋଡ଼ିବା ସହ ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେନେଇ ପଚାରି ବୁଝିଥିଲେ ।
ଏହି ଉଚ୍ଚସ୍ତରୀୟ କମିଟି ଦ୍ବିତୀୟ ଥର ଲାଗି ଆଜି ଏଫଏମ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କମିଟି କଲେଜ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଫିରୋଜ ପାଢ଼ୀଙ୍କୁ ଭେଟିଥିଲେ। ଏଫଏମ କଲେଜର ଅଧ୍ୟାପକ, କର୍ମଚାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଜେରା କରାଯିବ ବୋଲି ସେମାନେ ଅଧ୍ୟକ୍ଷଙ୍କୁ ସୂଚନା ଦେଇଛନ୍ତି ।

ଏନେଇ ସକାଳେ ସମସ୍ତେ ଉପସ୍ଥିତ ରହିବା ପାଇଁ କମିଟି ପକ୍ଷରୁ ନୋଟିସ ଜାରି ହୋଇଛି। ଏହି କମିଟି ସହ ଉଚ୍ଚଶିକ୍ଷା ଆଞ୍ଚଳିକ ନିେର୍ଦ୍ଦଶକ ଡ. ହେମନ୍ତ ଘଡ଼େଇ ଉପସ୍ଥିତ ଥିଲେ। ଏହି କମିଟିର ଦୁଇ ଦିନ ଧରି କଲେଜ ପରିସରରେ ରହି ଘଟଣା ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଜେରା କରିବେ ବୋଲି ଜଣାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ବହିଷ୍କାର କରିବା ନେଇ ଆଇନ ବିଶାରଦଙ୍କ ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି। ମହା ଅଧିବକ୍ତା (ଆଡ଼ଭୋକେଟ୍ ଜେେନରାଲ), ବିଭିନ୍ନ ଆଇନ ବିଶାରଦଙ୍କ ସହ ବିଭାଗ ପକ୍ଷରୁ ବିଚାରବିମର୍ଶ କରାଯାଇଛି। ଖୁବ୍ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ (ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗସ୍) ଗ୍ରହଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଟିମ୍ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।












Click it and Unblock the Notifications