ସୋମ୍ୟାଶ୍ରୀ ହତ୍ୟା ମାମଲା: କେଉଁଠୁ ଆସିଲା ପେଟ୍ରୋଲ ? ନିଜେ ଆଣିଥିଲେ ନା କିଏ ଦେଇଥିଲା ?

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାରେ । କେଉଁଠୁ ଆସିଲା ପେଟ୍ରୋଲ ? ନିଜେ ଆଣିଥିଲେ ନା କିଏ ଦେଇଥିଲା ?

ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ସମୟରେ ଚର୍ଚ୍ଚାର ବିଷୟ ସବୁଠୁ ହେଉଛି ସୌମ୍ୟାଶ୍ରୀଙ୍କୁ କଲେଜରେ ପେଟ୍ରୋଲ ଦେଲା କିଏ? ଯଦି ସେ ନିଜେ ଆଣିଛନ୍ତି, ତାହେଲେ କେଉଁଠୁ ଆଣିଛନ୍ତି। ଏସବୁ ଭିତରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି କି କଲେଜକୁ ଲାଗିକି ଏକ ପେଟ୍ରୋଲ ପମ୍ପ ରହିଛି। ସେଉଠୁ କିଏ ଆଣିଥାଇପାରନ୍ତି ନହେଲେ ସୌମ୍ୟାଶ୍ରୀ ନିଜେ ଯାଇ ଆଣିଛନ୍ତି। ଏହା ମଧ୍ୟ କୁହାଯାଉଛି କି ପେଟ୍ରୋଲ ଢାଳି ନିଆଁ ଳଗାଇବା ପରେ ସେ ପ୍ରିନ୍ସପାଲଙ୍କ ପାଖକୁ ଯିବାକୁ ଚାହୁଁଥିଲେ।

ହେଲେ ଏଯାଏ ପ୍ରକୃତ ସତ୍ୟାସତ୍ୟ ସେତେବେଳେ ଜଣାପଡିବ, ଯେତେବେଳେ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିବ। ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସିସିଟିଭି ଭିଡିଓ। ରେକର୍ଡିଂ କିଏ କରୁଥିଲା ଏନେଇ ଗୁଡାଏ ଖବର ସାମ୍ନାକୁ ଆସିଥିବାବେଳେ ସତ୍ୟତା ଜଣାପଡୁନାହିଁ। କିନ୍ତୁ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ସିସିଟିଭି ଫୁଟେଜ ଅନେକ କିଛି କଥା କହୁଛି।

Soumyaashree murder case

ଅନ୍ୟପଟେ, ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ତଦନ୍ତ କମିଟି ପାଖରେ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଓ ୧୯ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। FM କଲେଜରେ ହାଜର ପାଇଁ ବାଲେଶ୍ବର ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଦେଇଛି। ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ନିର୍ଦ୍ଦେଶ।ICC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ହୋଇଛି। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+