ବିଜେଡିର ଆଭିମୁଖ୍ୟକୁ ନେଇ ସୌମ୍ୟଙ୍କ ତେର୍ଚ୍ଛା ବାଣ, କହିଲେ ନବୀନ ଚୁପ୍ ସୈତାନ
ୱକଫ୍ ବିଲ୍କୁ ନେଇ ବିଜେଡିରେ ଘମାସାନ ପ୍ରସଙ୍ଗ। ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ପଚାରିଲେ ସମ୍ରାଟ୍ ଆଜି ଚୁପ୍ କାହିଁକି। ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ନିଶାନା କଲେ ସୌମ୍ୟ । ନବୀନ ବାବୁ ବେଶୀ କଥା କୁହନ୍ତି ନାହିଁ; ଧୋକା ଦେଲେ କ୍ଷୁବ୍ଧ ହୋଇଯାଆନ୍ତି । ନବୀନ ବାବୁ ରାଗିଲେ ବେଇମାନ୍ ଶବ୍ଦର ପ୍ରୟୋଗ କରନ୍ତି ।

ଆଜି ୱକଫ୍ ବିଲକୁ ନେଇ ନେତାଭ୍କ ଆଚରଣ, ଉଚ୍ଚାରଣ କ'ଣ ବୁଝିବା? ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ମୋତେ ଲାଗେ ଚୁପ୍ ସୈତାନ ଛଡ଼ା ଆଉ ଭଲ ଶବ୍ଦେ ନବୀନ ବାବୁଙ୍କ ପାଇଁ ନାହିଁ । ଗୋଟିଲ ଦିନରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ୩ଥର ଭିନ୍ନ ଭିନ୍ନ ନିଷ୍ପତ୍ତି ନେଇଛନ୍ତି ନବୀନ ବାବୁ । ଶେଷରେ ପୁଣି ବିବେକ ଅନୁସାରେ ଭୋଟ ଦେବାକୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦଳର ବିବେକ କ'ଣ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ।












Click it and Unblock the Notifications