Get Updates
Get notified of breaking news, exclusive insights, and must-see stories!

ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭାରେ ସୌମ୍ୟ-ପ୍ରତାପ ମୁହାଁମୁହିଁ

ଆଜି ଗୃହରେ ପାନୀୟ ଜଳ ପ୍ରକଳ୍ପ ନେଇ ଆଲୋଚନାରେ ରାଜ୍ୟର ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ମୁହାଁମୁହିଁ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀ । ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ ଦେବା ପ୍ରସଙ୍ଗ । ଆଜି ଗୃହରେ ପାନୀୟ ଜଳ ପ୍ରକଳ୍ପ ନେଇ ଆଲୋଚନାରେ ରାଜ୍ୟର ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

Odisha Assembly

ବିଧାୟକ କହିଛନ୍ତି. ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି, ହେଲେ ଓଡିଶାରେ ହେଉଥିବା ପ୍ରକଳ୍ପ ଗୁଡିକରେ ସେମାନଙ୍କୁ ସୁଯୋଗ ମିଳୁ ନାହିଁ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କଂପାନୀକୁ କାମ ଦିଆଯାଉଛି, ସ୍ଥାନୀୟ ଠିକାଦାରମାନେ କାମ ପାଉ ନାହାନ୍ତି ବୋଲି ଉଦବେଗ ପ୍ରକାଶ କରିଥିଲେ ଖଣ୍ଡପଡା ବିଧାୟକ ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି । ମେଗା ପ୍ରକଳ୍ପରେ ବ୍ୟବହୃତ ହେଉଥିବା ପାଇପ୍ ଓଡ଼ିଶାରେ ଥିବା କମ୍ପାନିରୁ ଅଣାଯିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ଏବେ ୯୦ଟି ମେଗା ପ୍ରକଳ୍ପ ଚାଲିଛି । ୬୯ଟି ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବ ରହିଛି । ଜଙ୍ଗଲରେ ହେଉ କି ପାହାଡ ଉପରେ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି । ତା ସହ ଜଳ ଯୋଗାଣ ସମେତ ଯାନ୍ତ୍ରିକ କାମ ଓଡ଼ିଶାର ଶ୍ରମିକଙ୍କ ଦ୍ୱାରା ହେଉଛି ବୋଲି ପ୍ରତାପ ଗୃହରେ ଜବାବ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+