ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ; କହିଲେ, ଅପରାଧ ନିୟନ୍ତ୍ରଣ ହେବ ପ୍ରଥମ ପ୍ରାଥମିକତା
ଦ୍ଵୈତ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି।
ଭୁବନେଶ୍ୱର: ଦ୍ଵୈତ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।
ତେବେ ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳି ଆହୁରି ବଡ କାମ ହେଉ କିମ୍ବା ଫନି ଭଳି ବଡ ବାତ୍ୟା ପରେ ଉଦ୍ଧାର ଓ ପୁନଃନିର୍ମାଣ କାମ ହେଉ, ସବୁଥିରେ ସୌମେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ।

ପୋଲିସ କମିଶନର ଭାବେ ଦାୟିତ୍ଵ ନେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ସିପି ଭାବେ ଦକ୍ଷତା ଓ ନିଷ୍ଠାର ସହ କାମ କରିବି। ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବି। ଏହି ଦୁଇଟି ଦିଗ ଉପରେ ମୋର ପ୍ରଥମ ପ୍ରାଥମିକତା ରହିବ।

ସେହିପରି ଟ୍ଵିନ୍ ସିଟିର ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ନୂଆ ସିପି। ଲୋକଙ୍କ ଧନ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି। ଦକ୍ଷ ଅଫିସରଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବା ବଡ ଚ୍ୟାଲେଞ୍ଜିଂ ରହିବ।

ସୂଚନାଯୋଗ୍ୟ ଯ, ପୂର୍ବରୁ ସିପି ଥିବା ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏବେ ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍ଡି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିଭଳି ପୋଲିସ ଗୃହ ନିର୍ମାଣ ନିଗମର ସିଏମଡି ଥିବା ୧୯୮୮ ବ୍ୟାଚର ଆଇପିଏସ ଅଫିସର ଏମ୍. ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସ ଓ ହୋମ୍ ଗାର୍ଡ ଭାବେ ନିଯୁକ୍ତି ମିଳିଛି ।












Click it and Unblock the Notifications