Get Updates
Get notified of breaking news, exclusive insights, and must-see stories!

ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ ସୋଫିଆ ଫିର୍ଦ୍ଦୋସ, କହିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ'

ବାପାଙ୍କୁ ପ୍ରଶଂସା କଲେ ଝିଅ ସୋଫିଆ ଫିର୍ଦ୍ଦୋସ । ଆଜିର ଯୁବ ସମାବେଶରେ ଖୋଲା ମଞ୍ଚରେ ସେ ମୋକିମଙ୍କ ସପକ୍ଷରେ ବାହାରି ପ୍ରଶଂସା କରିଛନ୍ତି । ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ସୋଫିଆ ବଡ଼ କଥା କହିଛନ୍ତି ।

Sophia

ଆଜିର ଯୁବ ସମାବଶରେ ଅନେକ ନେତା ଏକାଠି ହୋଇଥିଲେ । ତେବେ ସୋଫିଆ ସାମିଲ ହୋଇ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । କେହି କାହାରିକୁ ନଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡ଼ିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ । ତେବେ ଏଭଳି କହିବା ପରେ ସୋଫିଆଙ୍କ ଇଶାରା କୁଆଡ଼େ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶଥାଉକି, ଗତ ଦୁଇଦିନ ପୂର୍ବରୁ ମୋକିମ ନୂଆ ଦଳ ଗଠନ ନେଇ ବଡ଼ ସୂଚନା ଦେଇଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ । ଆଜି ନୂଆଦଳର ମୂଳଦୁଆ ପଡିବା ନେଇ କହିଥିବା ବେଳେ ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ ବୋଲି କହିଥିଲେ । ଜ୍ୟୋତିଷଙ୍କ ସହ ବିଚାରବିମର୍ଶରେ ନୂଆ ନାମ ଦିଆଯିବ ବୋଲି ପୂର୍ବରୁ ମୋକିମ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+