ମାଘରେ ବଢିଲା ତାପମାତ୍ରା: ଅଂଶୁଘାତ ପାଇଁ ସମସ୍ତ ଜିଲ୍ଲାକୁ SOP ଜାରି

Odisha Weather: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ମାଘ ମାସରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଖରା ଜନିତ ସମସ୍ୟାର ଆଶଙ୍କା ଦେଖା ଦେଇ ନାହିଁ । ହେଲେ ଆଗୁଆ ସତର୍କ ରହିବା ପାଇଁ ଏବଂ ଅଂଶୁଘାତ ପାଇଁ ରାଜ୍ୟରେ ସମସ୍ତ ଜିଲ୍ଲାକୁ ଷ୍ଟାଣ୍ତାର୍ଡ ଆଡଭାଇଜରି ବା SOP ଜାରି କରାଯାଇଛି । ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ ଆହୁରି କହିଛନ୍ତି, SOPରେ ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଂଶୁଘାତକୁ ନେଇ ଅଧିକ ସୂଚନା ମଧ୍ୟ ପ୍ରଦାନ କରାଯିବ ।

odisha_weather

ଆଗକୁ ଏନେଇ ପ୍ରତି ଜିଲ୍ଲାକୁ ପୁଣି ଥରେ ରିମାଇଣ୍ଡର ଦିଆଯିବ । ତେବେ ବରିଷ୍ଠ ନାଗରିକ, ମଦ୍ୟପାନ କରୁଥିବା ବ୍ୟକ୍ତି ଓ କୋମରବିଡ ରୋଗୀଙ୍କୁ ଅଂଶୁଘାତ ଆଶଙ୍କା ଅଧିକ ରହିଛି । ତେଣୁ ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନାଥାଉ ଯେ, ଆଜି ରାଜ୍ୟର ୧୫ଟି ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ବୌଦ୍ଧ । ଏଠାରେ ଦିନ ତପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହଭଳି ଟିଟିଲାଡ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି । ଝାରସୁଗୁଡା ୩୫-୬, ସୋନପୁର ୩୫.୫, ବୌଦ୍ଧ ୩୫.୫, ବଲାଙ୍ଗୀର ୩୫.୪, ଢେଙ୍କାନାଳ ୩୫.୨, କଟକ ୩୫, ଅନୁଗୁଳର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ମାଲକାନାଗିରି ଓ ତାଳଚେର ୩୫ ଡିଗ୍ରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ କରାଯାଇଛି । ଅନ୍ୟପଟେ ରାଜ୍ୟବାସୀ ମୃଦୁମଳୟକୁ ଅପେକ୍ଷା କରିଥିବା ବେଳେ ଏବେ ଗ୍ରୀଷ୍ମପ୍ରବାହ ସାଧାରଣ ଜନତାଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+