ପିକନିକ୍ ପାଇଁ SOP ଜାରି; ପର୍ଯ୍ୟଟନସ୍ଥଳରେ ପୋଲିସ ଓ RTO କର୍ମଚାରୀ ରହିବେ ସଜାଗ

ପିକନିକ୍ ପାଇଁ SOP ଜାରି । ଶୀତଋତୁ ବିଶେଷ କରି ପିକନିକ୍‌ ସମୟରେ ମାତ୍ରାଧିକ ଦୁର୍ଘଟଣା ଘଟଣା ଘଟିଛି । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି ।

ପର୍ଯ୍ୟଟନସ୍ଥଳରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ ବୋଲି ନିଷ୍ପତ୍ତି ହୋଇଛି । ପିକନିକ୍ ପାଇଁ ଯାଉଥିବା ଗାଡ଼ି ଲାଗି ସ୍ୱତନ୍ତ୍ର ଅନୁମତିଆବଶ୍ୟକ ହେବ ।

ଗାଡ଼ିର ଫିଟ୍‌ନେସ୍‌ ସହ RTOରୁ ଆଣିବାକୁ ପଡ଼ିବ ସ୍ୱତନ୍ତ୍ର ଅନୁମତି ହୋଇଛି । ପିକନିକ୍ ସ୍ପଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ ବୋଲି କୁହାଯାଇଛି । ପିକ୍‌ନିକ୍‌ ଗାଡ଼ିରେ ଦହନଶୀଳ ସାମଗ୍ରୀ ପରିବହନକୁ ବାରଣ କରାଯାଇଛି ।

sop_for_picnic
ପିକ୍‌ନିକ୍‌ ଗାଡ଼ିରେ ରନ୍ଧନ ଗ୍ୟାସ ଓ ବାଣ ଯାଇଥିଲେ ପୋଲିସ୍‌ ବାରଣ କରିବ ବୋଲି ନିଷ୍ପତ୍ତି ହୋଇଛି । ପିକ୍‌ନିକ୍‌ ଗାଡ଼ିରେ ଓଭରଲୋଡିଂ ସଂପୂର୍ଣ୍ଣ ମନା ରହିଛି ।

ଓଭରଲୋଡିଂକୁ ଉଭୟ RTO ଓ ପୋଲିସ୍‌ ମିଶି ଚେକ୍‌ କରିବେ । ମଦ୍ୟପ ଡ୍ରାଇଭରକୁ ତୁରନ୍ତ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ । ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକ୍‌ନିକ୍‌ ଦାୟିତ୍ୱ ତୁଲାଇବେ । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ । ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ଦାୟିତ୍ୱ ତୁଲାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+