ଖୁବ୍ ଶୀଘ୍ର ଅଶ୍ଳୀଳ ନୃତ୍ୟରେ ଲାଗିବ ଲଗାମ୍ ; ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ
ଖୁବ୍ ଶୀଘ୍ର ଅଶ୍ଳୀଳ ନୃତ୍ୟରେ ଲାଗିବ ଲଗାମ୍। ତେବେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ। ସେ ଯାତ୍ରା ମାଲିକମାନଙ୍କୁ କଠୋର ଆଇନ ନ ନେବାକୁ ଅନୁରୋଧ କରିଛନ୍ତି। କଠୋର ଆଇନ୍ ହେବା ପୂର୍ବରୁ କିଛି ସମୟ ମାଗିଛନ୍ତି।

ପୁଲିସ୍ ବିଭାଗ ଏବଂ ଗୃହ ବିଭାଗ ଆଇନ୍ ଶୃଙ୍ଖଳା ଦିଗକୁ ଦୃଷ୍ଟି ଆକର୍ଷଣ କରୁଛି। ଖୁବ୍ ଶୀଘ୍ର ଅଶ୍ଳୀଳତାକୁ ନେଇ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହେବାକୁ ଯାଉଛି। ଏ ନେଇ ଯାତ୍ରା କମିଟି, କଳାକାର ଏବଂ ମାଲିକଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଚଳିତବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦକୁ ନେଇ ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ଯାତ୍ରା କମିଟିଗୁଡିକୁ ମନା କରାଯାଇଥିଲା। ଯାତ୍ରା କମିଟି ସଦସ୍ୟ ଓ କମିଶନରେଟ ପୁଲିସ ବୈଠକରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications