ଖୁବ୍‌ ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ; ମନ୍ତ୍ରୀ

ବଡ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖୁବ୍‌ ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଥିଲେ, ବିଗତ ସରକାର ୨୦୦୬ରେ ବେଦାନ୍ତ ସହ ଏମ୍‌ଓୟୁ କରିଥିଲେ ।

ଘୋଷାଣ କରିଥିଲେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ଏଥିପାଇଁ ବେଦାନ୍ତ ଭିନ୍ନ ଭିନ୍ନ ସମୟରେ ନାମକରଣ ତିନି ଥର ବଦଳିଲା । ୨୨ଟା ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା । ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ୨୦୦୯ରେ ଜମି ଅଧିଗ୍ରହଣ ଅବ୍ୟବସ୍ଥା ନେଇ ହାଇକୋର୍ଟ ଖାରଜ କରିଥିଲେ ।

ବିଜେଡି ସରକାରର ଏହା ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଥିଲା । ୨୦୨୩ରେ ହାଇକୋର୍ଟ ଖାରଜ କଲେ । ଆଦେଶ ଦେଲେ ଜମି ଫେରାଇବାକୁ । କ୍ଷତିପୂରଣ ପାଇଥିବା ଅଧିବାସୀ ତାକୁ ଫେରାଇବେ । ଲିଜ୍ ଜମିକୁ ରାଜ୍ୟ ସରକାର ନିଜ ପାଖକୁ ଆଣିବେ । ବେଦାନ୍ତ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାଏମ ରଖିଲେ । ଏଥିଲାଗି ସରକାର ଲୋକଙ୍କୁ ଜମି ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପ୍ରକ୍ରିୟା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଦିନେ ଦୁଇ ଦିନ ଭିତରେ ପ୍ରକ୍ରିୟା ସରିବ । ବିଜ୍ଞପ୍ତି ପ୍ରକାଶ ପାଇବ ତାପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+