ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ,ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ରାଜସ୍ୱ ଗାଁ ନେଇ ଆସିଲା ବଡ଼ ଖବର । ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ମୁତାବକ, ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ କରାଯାଇଥିଲା । ହେଲେ ପୂର୍ବ ସରକାରରେ ସେଥିରୁ ମାତ୍ର ୩୦୦ ଗାଁର ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । କିନ୍ତୁ ପୂର୍ବ ସରକାର ବାକି ୭୦୦ ଗାଁର ମ୍ୟାପ୍ କରିପାରିଲେ ନାହିଁ । ତେଣୁ ମ୍ୟାପ୍ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି ସରକାର।

Soon the boundaries

ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ୍ ହେବ । ଏହାସହ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ଗାଁ ଗୁଡିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ । ୩୪ ବର୍ଷ ଭିତରେ ପୂର୍ବତନ ସରକାର ମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ୍ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂ-ଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+