ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି' ଭାଷାରେ ନ୍ୟୁଜ୍ ପଢ଼ା: ଅଶ୍ବିନୀ ବୈଷ୍ଣବ
ଖୁବଶୀଘ୍ର ଦୂରଦର୍ଶନରେ 'ସାନ୍ତାଳି' ଭାଷାରେ ନ୍ୟୁଜ୍ ପଢ଼ାଯିବ । ୬ରୁ ୭ ଦିନରେ ଏହା କରାଯିବ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସାନ୍ତାଳି' ଭାଷାରେ ନ୍ୟୁଜ୍ ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା।

ଜନସଂଖ୍ୟା ଦୃଷ୍ଟିରୁ ଭାରତୀର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସାନ୍ତାଳ ବୃହତ୍ତମ ଜନଜାତି ସାନ୍ତାଳମାନେ ଓଡ଼ିଶା, ବିହାର ଓ ଆସାମରେ ମଧ୍ୟ ବସବାସ କରିଥାନ୍ତି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ ସଂଖ୍ୟାଲଘୁ ଅଟନ୍ତି । ନେପାଳରେ ମଧ୍ୟ ଅନେକ ସାନ୍ତାଳ ବସବାସ କରନ୍ତି । ସାନ୍ତାଳମାନେ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାରର ସର୍ବାଧିକ କଥିତ ମୁଣ୍ଡା ଭାଷା ସାନ୍ତାଳୀ କୁହନ୍ତି ।
ସାନ୍ତାଳ ସମ୍ଭବତଃ ଏକ ବହିର୍ନାମକରଣ (ଏକ୍ସୋନିମ)ରୁ ଉତ୍ପନ୍ନ ହୋଇଥାଏ । ଏହି ଶବ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସିନ୍ଦା ସାଓନ୍ତମାନଙ୍କୁ ବୁଝାଏ । ସଂସ୍କୃତ ଶବ୍ଦ ସମନ୍ତ ବା ବଙ୍ଗଳା ସଅନ୍ତରୁ ଆସିଥିବା ଅନୁମାନ କରାଯାଉଛି । ଯାହାର ଅର୍ଥ ସମତଳ ଭୂମି । ସାନ୍ତାଳମାନଙ୍କ ସ୍ୱନାମକରଣ ହର୍ ହପନ୍ ।












Click it and Unblock the Notifications