ସୋନପୁର ସଡ଼କ ଦୁର୍ଘଟଣା: ୩ ମୃତକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଜି ସକାଳେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅଟୋକୁ ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହବା ସହ ୬ ଜଣ ଗୁରୁତର ହୋଇଛନ୍ତି ।

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଜି ସକାଳେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅଟୋକୁ ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହବା ସହ ୬ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

Sonepur Road Accident

ସୂଚନାଥାଉ କି, ଆଜି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖାରି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ପଟୁ ସୋନପୁର ଆସିଥିବା ବେଳେ ଏକ କାର୍‌ ସୋନପୁର ଆଡ ଆସୁଥିଲା । ଏହା ସମୟରେ ଉଭୟ ଗାଡି ନିଜ ନିଜର ନିୟନ୍ତ୍ରଣ ହରାଇ ମୁହାଁ ମୁହାଁ ଧକ୍କା ହୋଇଥିଲେ । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜଣେ ପୋଲିସ ଅଧିକାରୀଙ୍କୁ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+