'ପୁଅ ଜୟ ଢୋଲକିୟା କରିବେ ବାପାଙ୍କ ଅଧୁରା ସୂପ୍ନ ପୂରା'

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଜୟଙ୍କୁ ସ୍ବାଗତ କରିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ଜୟ ଭାଜପା ପ୍ରାର୍ଥୀ ହେବା ସମ୍ଭାବନା ଥିବା ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି।

ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଶ୍ରଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଗତ ସରକାରରେ ମନ୍ତ୍ରୀମାନେ ନିଜକୁ ଅସହାୟ ମନେ କରୁଥିଲେ। ନୂଆପଡା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରମୁଖ ଭୂମିକା ଗ୍ରହଣ କରିବେ ଏବଂ ନୂଆପଡାର ବିକାଶ କରିବେ ବୋଲି ଆଶା ଓ ବିଶ୍ୱାସ।

mohan majhi

ପିତାଙ୍କ ଋଣ ପୂତ୍ର ସୁଝିଥାଏ । ପିତାଙ୍କ ଅଧୁରା ସ୍ବପ୍ନ ପୁଅ ପୂରା କରିବ। ଜୟ ଢୋଲକିୟାଙ୍କ ସମେତ ତାଙ୍କର ପରିବାର ଏବଂ ସମର୍ଥକଙ୍କୁ ସ୍ୱାଗତ। ଆଜି ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ। ବିଜେପିର ନୀତି, ଆଦର୍ଶ, ବିଚାର, ଏବଂ ପ୍ରଗତିର ବାସ୍ତବ ଚିତ୍ରକୁ ଦେଖି ଅନେକ ଲୋକ ଦଳରେ ମିଶିବାର ଦୃଷ୍ଟାନ୍ତ ଆଗରୁ ମଧ୍ୟ ରହିଛି। ସେହିଭଳି ଜଣେ ନେତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ତାଙ୍କ ପିତାଙ୍କ ଦେହାନ୍ତ ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+