ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି :  ଆର.କେ ସିଂ

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି । ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ନେଇ ପଚରାଯାଇଥିବାପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟପରିବେଶ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତି ଫୋରମ୍‌ (ଆଇଫରେଷ୍ଟ) ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନା ୧୬୯ ଜିଡବ୍ଲୁପିଥିବା ଆକଳନ କରିଛି ବୋଲି ଓଡ଼ିଶା ସରକାର ରିପୋର୍ଟଦେଇଛନ୍ତି ।

ସେ କହିଛନ୍ତି, ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ବିଭିନ୍ନ ଆଧାରକୁ ନେଇ ରାଜ୍ୟମାନଙ୍କର ସୌର ଶକ୍ତିଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଥାଏ। ଏହିଆଧାରଗୁଡ଼ିକ ହେଲା, କୌଣସି ରାଜ୍ୟର ୩% ଅନୁର୍ବର ଜମିକୁସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ । ଅନୁର୍ବର ଜମି ମାନଚିତ୍ର ୨୦୧୦ ଅନୁଯାୟୀ, ଏଥିପାଇଁ ଉଦ୍ଦିଷ୍ଟଜମି ଚିହ୍ନଟ କରାଯିବ।

ଏସପିଭି ମଡ୍ୟୁଲ ଦକ୍ଷତାକୁ ୧୫% ସମ୍ଭାବନା ହିସାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ ୧ ବର୍ଗକିମି ଅନୁର୍ବର ଜମିରେ ୫୦ ମେଗାୱାଟ୍‌ ପିକ୍‌ କ୍ଷମତାବିଶିଷ୍ଟଏସପିଭି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ। ଅନୁରୂପ ଭାବେ୨୦୧୧ ଜନଗଣନାକୁ ଆଧାର କରି ଘର ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ମାଧ୍ୟମରେ ସୌର ଶକ୍ତି ଉତ୍ପାଦନସମ୍ଭାବନାକୁ ଆକଳନ କରାଯାଇଛି ।

Solar Potential

କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ ଏହି ଅବସରରେ କହିଛନ୍ତି, କେନ୍ଦ୍ରସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ସୌର ଇନ୍ଧନ ଏବଂଅକ୍ଷୟ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରସହଯୋଗ ଯୋଗାଇ ଦେଉଛନ୍ତି । ସୌର ଶକ୍ତି କ୍ଷେତ୍ରରେସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁଅନୁମତି ମିଳିଛି। ୩୦ ଜୁନ୍‌ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁଥିବା ପ୍ରକଳ୍ପରୁ ସୌର ଏବଂ ପବନ ବିଦ୍ୟୁତ ଶକ୍ତିର ଆନ୍ତଃରାଜ୍ୟବିକ୍ରୟ ଉପରେ କୌଣସି ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ ଶୁଳ୍କଲାଗୁ ହେବ ନାହିଁ। ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅକ୍ଷୟ ଶକ୍ତି ଉତ୍ପାଦନକାରୀମାନଙ୍କୁ ଜମି ଓ ସଞ୍ଚାରଣ ସୁବିଧାଯୋଗାଇ ଦେବା ପାଇଁ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠାକରାଯିବାର ପ୍ରସ୍ତାବ ରହିଛି।

ପିଏମ୍‌-କୁସୁମ, ଛାତ ଉପରେସୌର ଶକ୍ତି ଉତ୍ପାଦନ ଯୋଜନା ପର୍ଯ୍ୟାୟ-୨, ୧୨ ହଜାରମେଗାୱାଟ୍‌ ସିପିଏସୟୁ ଯୋଜନା ପର୍ଯ୍ୟାୟ ୨ ଆଦି କାର୍ଯ୍ୟକାରୀକରାଯାଉଛି। ସବୁଜ ଇନ୍ଧନ କରିଡର ଯୋଜନା ଅଧୀନରେନୂଆ ବିଦ୍ୟୁତ ସଞ୍ଚାରଣ ଲାଇନ ଏବଂ ନୂଆ ସବଷ୍ଟେସନ କ୍ଷମତାବିକଶିତ କରାଯାଉଛି । ସେହିପରି ସବୁଜ ହାଇଡ୍ରୋଜେନ ଏବଂ ଏହାର ଯୌଗିକ ଉତ୍ପାଦନ, ଉପଯୋଗ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+