ଏଣିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର୍ ମୋବାଇଲ ଟାୱାର
ସୁନ୍ଦରଗଡ଼: ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲର୍ ମୋବାଇଲ ଟାୱାର । ଯେଉଁଥିପାଇଁ ମାଓ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହେଉଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଯାହା ଫଳରେ ସୁରକ୍ଷାବାହିନୀଙ୍କ ସହ ଅତି ସହଜରେ ଯୋଗଯୋଗ କରିହେବ । ଏହି ଟାୱାର ହେବା ଦ୍ୱାରା ମାଓବାଦୀ ଗତିବିଧିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲ ଆଶା କରାଯାଉଛି ।

ସୂଚନା ଅନୁସାରେ, ଓଡ଼ିଶା ଓ ଝାଡ଼ଖଣ୍ତରେ ଗତ କିଛି ଦିନ ହେବ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗତ ଏକମାସ ହେବ ସିଆରପିଏଫ୍ ଯବାନମାନେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।
ତେବେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅନ୍ତର୍ଗତ ମାଓବାଦୀ ପ୍ରଭାବିତ ରାମଲୋଇ, ଚିରୁବେଡ଼ା ଏବଂ ହରିହରପୁର ଗାଁରେ ସରକାରଙ୍କ ପକ୍ଷରୁ ମୋହାଇଲ୍ ଟାୱାର ନିର୍ମାଣ କରାଯାଉଛି । ଏହି ଅଞ୍ଚଳରେ ମୋଟ୍ ୨ଟି ଟାୱାର ନିର୍ମାଣ କରାଯାଉଛି । ତେବେ ଖୁବ୍ ଶୀଘ୍ର ଟାୱର କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି, ଏହାପରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ ଯେଉଁଥି ପାଇଁ ଗାଁ ଲୋକେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।












Click it and Unblock the Notifications