ଭୁବନେଶ୍ୱରରେ ୨୦ମିନିଟ ପାଇଁ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ
ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେବ। ଆର୍ଥାତ ରାଜଧାନୀରେ ସୂର୍ଯ୍ୟପରାଗ ମାତ୍ର ୨୦ ମିନିଟ୍ ପାଇଁ ଦେଖିବା ପାଇଁ ମିଳିବ ।
ଭୁବନେଶ୍ୱର: ଆଜି (ମଙ୍ଗଳବାର) ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଆଉ କିଛି ସମୟ ପରେ ସୂର୍ଯ୍ୟଙ୍କ ଦେହରେ ଲାଗିବ ପରାଗ । ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏଣୁ ଆଜି ଦିନ ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।

ତେବେ ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେବ। ଆର୍ଥାତ ରାଜଧାନୀରେ ସୂର୍ଯ୍ୟପରାଗ ମାତ୍ର ୨୦ ମିନିଟ୍ ପାଇଁ ଦେଖିବା ପାଇଁ ମିଳିବ । ଏହି ସୟରେ ସୂର୍ଯ୍ୟର ମାତ୍ର ୧୫ ପ୍ରତିଶକୁ ଢାଙ୍କି ରଖିବ ଚନ୍ଦ୍ର । ତେବେ ସୂର୍ଯ୍ୟପରାଗର ପ୍ରଭାବକୁ ନେଇ ସଂସ୍କୃତି ପ୍ରେମୀ, ହେତୁବାଦୀ ଓ ଚିକିତ୍ସା ବିଜ୍ଞାନୀଙ୍କ ଭିତରେ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି ।
ସେପଟେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ପକ୍ଷରୁ ଏହି ପରାଗ ଦେଖିବା ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ । ପ୍ଲାନେଟରିୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପଶ୍ଚିମ ଦିଗ ବଳୟରେ ଥିବେ । ସେ ସମୟରେ ଆକାଶ ସମ୍ପୁର୍ଣ୍ଣ ମେଘାଚ୍ଛନ୍ନ ଥିବାରୁ ଏହାକୁ ପ୍ରାୟତଃ ଓଡ଼ିଶା ଆକାଶରେ ଦେଖିବା ସମ୍ଭବ ହୋଇ ନପାରେ। ଯେଉଁଠାରେ ବି ଏହା ଦୃଶ୍ୟମାନ ହେଉଛି ସେଠାରେ ଏହାକୁ ଖାଲି ଆଖିରେ ଏହାକୁ ଦେଖିବା ମନା । ମୋଟ ଉପରେ ଭୁବନେଶ୍ୱର ଆକାଶରେ ପ୍ରାୟତଃ ୧୦ ପ୍ରତିଶତ ପରାଗ ଦେଖାନ ଯିବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ପକ୍ଷରୁ ଲୋକଙ୍କୁ ଏନେଇ ଉତ୍କଣ୍ଠିତ ନହେବାକୁ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଶୁଭନ୍ଦୁ ପଟ୍ଟନାୟକ ।












Click it and Unblock the Notifications