ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ଧସିଲା ମାଟି ଅତଡ଼ା , ଯାତାୟାତ ବାଧାପ୍ରାପ୍ତ
ବାରିପଦା : ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଧସିଲା ମାଟି ଅତଡ଼ା । ଫଳରେ ସେହି ରାସ୍ତା ଦେଇ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । ମୟୁରଭଞ୍ଜ ଜିଲ୍ଲାରେ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଆଜି କିଛି ପରିମାଣରେ ପଥର ମାଟି ଅତଡା ଖସି ପଡିଛି ।

ବାଙ୍ଗିରିପୋଷି ଘାଟିରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ବାଙ୍ଗିରିପୋଷି ଘାଟିରେ ଏଭଳି କେବେ ଅତଡା ଖସିବା ଦେଖିବାକୁ ମିଳିନଥିଲା । ଫଳରେ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଧସିଥିବା ପଥର ଓ ମାଟି ଅତଡା ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ଲଗାଣ ବର୍ଷା କିମ୍ବା ରାସ୍ତା ପ୍ରଶସ୍ତିକରଣ ପାଇଁ ପଥର ବ୍ଲ।ଷ୍ଟିଂ ପାଇଁ ପଥର ଖସିଥାଇ ପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications