ରାଜଧାନୀରେ ଚାଞ୍ଚଲ୍ୟ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
BHUBANESWAR: Software Engineer Found Hanged In Flat At Capital Cityରାଜଧାନୀରେ ଚାଞ୍ଚଲ୍ୟ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା । ଜଣେ ସଫ୍ଟୱେୟାର ଇଞ୍ଜିନିୟର ମହିଳାଙ୍କ ଆତ୍ମହତ୍ୟା । ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ସେ ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତକାଲି ଘଟଣାଟି ସାମ୍ନାକୁ ଆସିଛି । ମୃତକ ହେଲେ ଭଦ୍ରକ ଜିଲ୍ଲାର ଶ୍ୱେତା ଉତ୍କଳ କୁମାରୀ । ସେ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ନିଜ ରୁମ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ପରିବାର ସଦସ୍ୟ ତାଙ୍କ ସହ ମୋବାଇଲ୍ ଫୋନ୍ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଫୋନ୍ ସୁଇଚ ଅଫ୍ ଆସିଥିଲା । ଝିଅ ଶ୍ୱେତାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟପେ ପହଁଚିଥିଲା । ପୁଲିସ୍ କବାଟ ବାଡ଼େଇବାରୁ ଭିତରୁ କିଛି ପ୍ରତିକ୍ରିୟା ମିଳିନଥିଲା । ଯାହା ପରେ କବାଟ ଭାଙ୍ଗି ଭିତରକୁ ପଶିଥିଲା ପୁଲିସ୍ । ଫ୍ୟାନ୍ରେ ଝୁଲି ମହିଳା ଆତ୍ମହତ୍ୟା କରିଥିବା ନେଇ ପୁଲିସ୍ ପକ୍ଷରୁ ସୂଚନା ରହିଛି ।

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଶ୍ୱେତାଙ୍କ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଶ୍ୱେତାଙ୍କ ମୋବାଇଲ୍ ଓ ଏକ ଡାଏରୀ ଜବତ କରିଛି ପୁଲିସ୍ ।












Click it and Unblock the Notifications