ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ
ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି ।
ପୁରୀ: ଅପେକ୍ଷାର ଘଟିଲା ଅନ୍ତ । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି ।

ରାତି 3ଟା 30ରୁ ମଙ୍ଗଳାର୍ପଣ 4ଟାରୁ 6ଟା ମଧ୍ୟରେ ପହଣ୍ଡି କରାଯାଇଛି । 7ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ 8ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହୋଇଛି । ଦିନ 12. 15ରୁ 12.45 ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ 5ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 3 କମାଣ୍ଡାଣ୍ଟ, 11 ଜଣ ଅତିରିକ୍ତ ଏସପି, 21 ଜଣ ଡିଏସପି ମୁତୟନ ହୋଇଛନ୍ତି। 50ରୁ ଅଧିକ ଇନ୍ସପେକ୍ଟର,ଦୁଇ ଶହରୁ ଅଧିକ ଏଏସଆଇ ଓ ଏସଆଇ ମଧ୍ୟ ରହିଛନ୍ତି । 1ହଜାର କନେଷ୍ଟବଳ ଓ ହୋମ ଗାଡର୍ ସହ 52 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।












Click it and Unblock the Notifications