ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଇଲେ ଗରାବଡ଼ୁ ସେବାୟତ
ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଇଲେ ଗରାବଡ଼ୁ ସେବାୟତ । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଉଛନ୍ତି ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।
ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଛି ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ପରେ ବିଧି ଅନୁଯାୟୀ ଆଳତି କରିବେ । ଶ୍ରୀଜିଉମାନେ ଧାରଣ କରିବେ ଗଜାନନ ବେଶ ବା ହାତୀ ବେଶ ।

ସ୍ନାନଯାତ୍ରା ପରେ ଆଉ ରତ୍ନବେଦିକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡ଼ିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ଏଥର ୧୩ ଦିନ ଧରି ଚାଲିବ ଅଣସର ନୀତି । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ବାହାରକୁ ଆସିବେ ଭଗବାନ । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ସମାନତାର ବାର୍ତ୍ତା ଦେଇଥାଏ ସାରା ଜଗତକୁ ।
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications