Snana Yatra 2024: ବାଲୁକା କଳାରେ ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ କଳାସାଆନ୍ତ । ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ତଥା ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି
- -୫ଟାରୁ ୭ଟା ମଧ୍ୟରେ ପହଣ୍ଡି
- -୧୨.୨୦ରୁ ୧.୪୫ ମଧ୍ୟରେ ପ୍ରତ୍ୟକ୍ଷ ସ୍ନାନନୀତି
- -୧୦୮ ଗରା ସୁବାସିତ ଜଳରେ ଗାଧେଇବେ ଶ୍ରୀଜୀଉ
- -ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରାରେ ସ୍ନାନ କରିବେ
- - ୩ଟାରେ ଛେରାପହଁରା ନୀତି ହେବ
- -୩.୩୦ରେ ହାତୀବେଶ
ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଂଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ହେବ । ସେଥିପାଇଁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପୁରା ସହରକୁ ୬୮ ପ୍ଲାଟୁନ ଫୋର୍ସ ଜଗିବେ ।ଭିଡ ନିୟନ୍ତ୍ରଣ ପାଇଁ ଆଜି ପୁରୀରେ ମକଡ୍ରିଲ ହୋଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ଛାୟା ବ୍ୟାରିକେଡ ହୋଇଛି ।
- -ବିଭିନ୍ନ ସ୍ଥାନରୁ ଆସୁଥିବା ବସକୁ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯାଇ ପାର୍କିଂ କରାଯିବ
- -ଦୁଇ ଚକିଆ ଯାନ ମାର୍କେଟଛକଠାରୁ ନାୟକ ପ୍ଲାଜା ଯାଏଁ ପାର୍କିଂ କରିପାରିବେ
- -ପାର୍କି ପୂର୍ଣ୍ଣ ହେଲାପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ
- -ମାର୍କେଟ ଛକରୁ ନ ଭେଇକଲ ଜୋନ ଘୋଷଣା କରାଯାଇଛି
- -କେବଳ ପାସଧାରୀ ମରିଚିକୋଟ ଛକ ଯାଇପାରିବେ
- -ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସିବେ
- -ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରି ହାତୀବେଶ ଦର୍ଶନ କରିବେ
- -ବାକି ୩ ଦ୍ୱାରା ଦେଇ ପ୍ରସ୍ଥାନ କରିବେ
୧୦୮ ଗରାରେ ଗାଧେଇବା ପରେ ଶ୍ରୀଜୀଉ ଅସୁସ୍ଥ ହୋଇ ଅଣସର ଘରକୁ ଯିବେ ଓ ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ ।












Click it and Unblock the Notifications