Get Updates
Get notified of breaking news, exclusive insights, and must-see stories!

ସ୍ନାନ ପୂର୍ଣ୍ଣିମା: ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ; ହେଲା ଚାରି ଚକ୍ଷୁର ମିଳନ, ଜଗାକୁ ଦେଖି ଛଳଛଳ ଭକ୍ତର ଆଖି

ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ । ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରିଛନ୍ତି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ପରେ ମା' ସୁଭଦ୍ରା ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ଶେଷରେ କାଳିଆସାଆନ୍ତ ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ହଲି ହଲି ସ୍ନାନବେଦୀରେ ପହଞ୍ଚି ଥିଲେ। ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ।

କାଳିଆଙ୍କ ଶ୍ରୀମୁଖ ଟିକେ ଦେଖିବାକୁ ଭକ୍ତ ବିଭୋର ହୋଇ ପଡିଛନ୍ତି । ବର୍ତ୍ତମାନ ଦାରୁ ଦିଅଁଙ୍କ ସ୍ପତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନବେଦିରେ ସ୍ନାନ କରିବେ। ପରେ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହେବାରେ ଲାଗିଲାଣି । ଭକ୍ତିରେ ଭିଜୁଛି ବଡ଼ଦାଣ୍ଡ । ଭକ୍ତିର ସମାହାର । ଭାବ ଓ ଭକ୍ତିର ଅପୁର୍ବ ମିଳନ ଦେଖିବାକୁ ମିଳିଛି । ଏହି ଟିକିଏ ଦର୍ଶନ ପରେ ଜୀବନ ଏବେ ସାଫଲ୍ୟ ।

କେବଳ ପାସ୍‌ଧାରୀମାନଙ୍କ ନିମନ୍ତେ କଟକଣା ନାହିଁ। ସେହିପରି ଗାଡିଗୁଡିକ ପାର୍କିଂ ନିମନ୍ତେ ଶ୍ରୀଜଗନ୍ନାଥ ବଲଭ ପାର୍କିଂ, ମେଡିକାଲ ଛକଠାରେ ହୋଇଥିବା ବହୁତଳ ପାର୍କିଂଠାରେ ଚାରିଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଆଡୁ ଆସୁଥିବା ବସଗୁଡିକ ବସଷ୍ଟାଣ୍ଡକୁ ଯାଇପାରିବେ। ଭିଆଇପି ବା ପ୍ରୋଟକଲ ଗାଡି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପାର୍କିଂ କରାଯିବ। ଗାଡିଗୁଡିକ ଶ୍ରୀସେତୁ ଦେଇ ଆସିବ। ଯଦି ଗହଳି ଅଧିକ ହୁଏ ତେବେ ଭିଆପିଙ୍କ ଗାଡି ଲୋକନାଥ ରୋଡ ଦେଇ ଗଦାଧର ସ୍କୁଲ ପର୍ଯ୍ୟନ୍ତ ଆସିବ। ଯେଉଁମାନେ ଭୁବନେଶ୍ୱର ଆଡୁ ଚାରିଚକିଆରେ ଆସିବେ ସେମାନେ ବୀରହେରେକୃଷ୍ଣପୁର ଛକ ଠାରୁ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାକିଂ ଠାରେ ଗାଡି ପାର୍କିଂ କରିବେ । ପୁରୀ ଟାଉନ୍‌ ବସ୍‌, ଅଟୋ ରିକ୍ସାକୁ ବଡ଼ଦାଣ୍ଡରେ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ । ବ୍ରହ୍ମଗିରିରୁ ଆସୁଥିବା ହାଲୁକା ମୋଟର ଜାନ ଗୁଡିକର ଯାତ୍ରିକା, ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାକିଂ କରିବେ। କୌଣସି ସହାୟତା ଆବଶ୍ୟକ ହେଲେ ୨୪୦୭ ପୁରୀ ପୋଲିସ୍‌ ସହାୟତା ନମ୍ବର -୬୩୭୦୯୬୭୧୦୦ ରେ ଯୋଗାଯୋଗ କରିପାରିବେ।

ଶନିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମାର୍କେଟଛକ ଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି ।

ଭକ୍ତମାନେ ଏହି ବ୍ୟାରିକେଡ୍‌ ଓ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିସାରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିିସ ଫୋର୍ସ ସହ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମାର୍କେଟଛକ ଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ସେହିପରି ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିିସ ଫୋର୍ସ ସହ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଚଳିତବର୍ଷ ସମୁଦାୟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

snana yatra 2024

ଏପରିକି ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ମରିଚିକୋଟଠାରୁ ଶ୍ରୀମନ୍ଦିର ଚାରିପାଖକୁ ନୋ ଭେଇକିଲ୍‌ ଜୋନ ଘୋଷଣା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+