ସ୍ନାନବେଦୀରେ ବିରାଜିଲେ ବଡ଼ଠାକୁର ବଳଭଦ୍ର; ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର
ସ୍ନାନବେଦୀରେ ବିରାଜିଲେ ବଡ଼ଠାକୁର ବଳଭଦ୍ର । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିରରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ ।

ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ଦୁର୍ଲଭ ହାତୀବେଶକୁ ଅତି ନିକଟରୁ ଦର୍ଶନ କରିବେ କୋଟି କୋଟି ଭକ୍ତ । ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ ।
ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଂଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ହେବ । ସେଥିପାଇଁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପୁରା ସହରକୁ ୬୮ ପ୍ଲାଟୁନ ଫୋର୍ସ ଜଗିବେ ।ଭିଡ ନିୟନ୍ତ୍ରଣ ପାଇଁ ଆଜି ପୁରୀରେ ମକଡ୍ରିଲ ହୋଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ଛାୟା ବ୍ୟାରିକେଡ ହୋଇଛି ।
-ବିଭିନ୍ନ ସ୍ଥାନରୁ ଆସୁଥିବା ବସକୁ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯାଇ ପାର୍କିଂ କରାଯିବ
-ଦୁଇ ଚକିଆ ଯାନ ମାର୍କେଟଛକଠାରୁ ନାୟକ ପ୍ଲାଜା ଯାଏଁ ପାର୍କିଂ କରିପାରିବେ
-ପାର୍କି ପୂର୍ଣ୍ଣ ହେଲାପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ
-ମାର୍କେଟ ଛକରୁ ନ ଭେଇକଲ ଜୋନ ଘୋଷଣା କରାଯାଇଛି
-କେବଳ ପାସଧାରୀ ମରିଚିକୋଟ ଛକ ଯାଇପାରିବେ
-ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସିବେ
-ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରି ହାତୀବେଶ ଦର୍ଶନ କରିବେ
-ବାକି ୩ ଦ୍ୱାରା ଦେଇ ପ୍ରସ୍ଥାନ କରିବେ
୧୦୮ ଗରାରେ ଗାଧେଇବା ପରେ ଶ୍ରୀଜୀଉ ଅସୁସ୍ଥ ହୋଇ ଅଣସର ଘରକୁ ଯିବେ ଓ ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ
ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି ।












Click it and Unblock the Notifications